spot_img

Latest Posts

ଶ୍ରୀହୀନ ହୋଇଛି ତୁର୍କୀର ଐଶ୍ବର୍ଯ୍ୟ, ଭୂକମ୍ପରେ ୭୦ଲକ୍ଷ ଶିଶୁ ପ୍ରଭାବିତ

ତୁର୍କୀ: ଉଜୁଡ଼ିଛି ସ୍ବପ୍ନ, ଅନ୍ଧାରରେ ଭବିଷ୍ୟତ । ଅନାଥ ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ମୃତ୍ୟୁକୁ ଜୟ କରି ବି ଓଠରୁ ହସ ଲିଭିଯାଇଛି। ମନରୁ ଲିଭିନି ଭୂକମ୍ପର ସେ ଭୟାବହ ଚିତ୍ର। ଶକ୍ତିଶାଳୀ ଭୂକମ୍ପ ଛଡ଼ାଇ ନେଇଛି ନିରିହ ଆଖିରେ ଦେଖିଥିବା ସୁନେଲି ସ୍ବପ୍ନ। ଭୂକମ୍ପରେ ଶ୍ରୀହୀନ ହୋଇଛି ତୁର୍କୀର ଐଶ୍ବର୍ଯ୍ୟ। ଶବର ସହର ପାଲଟିଛି ସିରିୟା। ପ୍ରତି ପାଦେ ପାଦେ ପ୍ରଳୟର ଚିତ୍ର ।

୪୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଭାବିତ ହୋଇଛନ୍ତି ୭୦ଲକ୍ଷ ଶିଶୁ। କଅଁଳ ବୟସରେ ଅଜାଡ଼ି ହୋଇପଡ଼ିଛି ଦୁଃଖର ପାହାଡ଼। ଦୈବ ଦୁର୍ବିପାକରେ ସର୍ବସ୍ବ ହରାଇ ରାସ୍ତା, ମଲ, ସ୍କୁଲ, ମସଜିଦ, ବସ୍ ଷ୍ଟାଣ୍ଡ ଓ ବ୍ରିଜ ତଳେ ଦିନ କାଟୁଛନ୍ତି। ତୁର୍କୀରେ ପ୍ରାୟ ୪୬ଲକ୍ଷ ଶିଶୁ ପ୍ରଭାବିତ ହୋଇଥିବା ବେଳେ ସିରିୟାରେ ୨୫ଲକ୍ଷ ଶିଶୁ ପ୍ରଭାବିତ ହୋଇଛନ୍ତି ବୋଲି ୟୁନିସେଫର ମୁଖପାତ୍ର ଜେମ୍ସ ଏଲଡର କହିଛନ୍ତି।

ଭୂମିକମ୍ପରେ ହଜାର ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି । ପ୍ରତି ହଜାରରେ ପ୍ରାୟ ଶହେ ଲୋକ ରାସ୍ତା କଡ଼ ଓ ଟେଣ୍ଟ ହାଉସରେ ଆଶ୍ରୟ ନେଇଛନ୍ତି। ପ୍ରଭାବିତ ପରିବାର ଓ ଶିଶୁଙ୍କୁ ୟୁନିସେଫ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସହାୟତା ହାତ ବଢ଼ାଇବାକୁ ୟୁନିସେଫ ଅପିଲ କରିଛି।

Latest Posts

Don't Miss