spot_img

Latest Posts

ଉପକୂଳ ଓଡ଼ିଶାରେ ଘନ କୁହୁଡି, ୫୦ ମିଟରକୁ କମିଲା ଦୃଶ୍ୟମାନ ଦୂରତା

ଭୁବନେଶ୍ୱର: ରାଜ୍ୟକୁ କଲବଲ କରୁଛି ଘନ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ପାଇଁ ପ୍ରବାହିତ ହେଉଛି ସାମୁଦ୍ରିକ ପବନ । ପ୍ରଭାବରେ ଆଜି ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ ଗଞ୍ଜାମରେ ସକାଳୁ ସକାଳୁ କୁହୁଡ଼ି ଦେଖାଦେବା ସହିତ ଦୃଶ୍ୟମାନ ଦୂରତା ୫୦ମିଟର ବା ତାଠାରୁ କମ ରହିଛି । ଆସନ୍ତା ୪ରୁ ଦିନ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ । ସେପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବଢିବାରେ ଲାଗିଛି । ସ୍ବାଭାବିକଠାରୁ ୫ଡିଗ୍ରୀ ଉପରେ ରହୁଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ।

ଉପକୂଳ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ୩୮ ରୁ ୪୦ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ବର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି।

Latest Posts

Don't Miss