spot_img

Latest Posts

ବଲିଉଡରେ ଚମକିଲେ ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ

ଭୁବନେଶ୍ବର  :  ବଲିଉଡରେ ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ ୧୭ ମାର୍ଚ୍ଚ ୨୦୨୩ ଅର୍ଥାତ୍ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି କପିଲ ଶର୍ମାଙ୍କ ଅଭିନୀତ ଫିଲ୍ମଜ୍ୱିଗାଟୋ’ ଯେଉଁଥିରେ ଚାକିରି ଛାଡ଼ିଥିବା ଜଣେ କର୍ମଚାରୀ କିଭଳି ଏକ ଫୁଡ୍ ଡେଲିଭରି ରାଇଡର ଭାବରେ ବଞ୍ଚିବାକୁ ସଂଘର୍ଷ କରିଛନ୍ତି ଏବଂ ରେଟିଂସ କିଭଳି ତାଙ୍କ ପାଇଁ ଖୁବ୍ ଗୁରୁତ୍ୱ ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିବ

 

ଫିଲ୍ମର କାହାଣୀ ଜଣେ ଡେଲିଭରୀ ବୟ ଉପରେ ଆଧାରିତ । ଖରାପ ଆର୍ଥିକ ପରିସ୍ଥିତି ସହିତ କିଭଳି ଏକ ପରିବାର ଲଢ଼ୁଛି ତାହା ଉପରେ ଏହି କାହାଣୀ ପର୍ଯ୍ୟବସିତ ତେବେ ଏଥିରେ କଟକର ୧୩ ବର୍ଷର ଓଡ଼ିଆ ପୁଅ ପ୍ରଜ୍ଜଳ ସାହୁ ବଲିଉଡରେ ଡେବ୍ୟୁ କରିଛନ୍ତି ଯାହା ନିହାତି ଭାବରେ ଓଡ଼ିଶା ପାଇଁ ଗର୍ବ ଗୌରବ । ପ୍ରଜ୍ୱଳ ସାହୁ ଜଣେ ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । କପିଲଙ୍କ ପୁଅ ଭୁମିକାରେ ନଜର ଆସିବେ ପ୍ରଜ୍ବଳ । 

 

ଫିଲ୍ମଟି ଭୁବନେଶ୍ବରରେ ସୁଟିଂ କରାଯାଇଛି । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କପିଲ ଶର୍ମା ଏବଂ ଶାହାନା ଗୋସ୍ବାମୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ  ସମୀର ନାୟର , ଦୀପକ ସେଗଲ୍ ଏବଂ ନନ୍ଦିତା ଦାସଙ୍କ ପ୍ରଯୋଜିତ ଏହା ହେଉଛି ଏକ ଭିନ୍ନ ଧରଣର ଫିଲ୍ମ  । 

Latest Posts

Don't Miss