ଦିଲ୍ଲୀର ମେୟର ହେଲେ ଶେଲୀ ଓବରୟ, ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ବିଜେପି
1 min readନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମେୟର ହେଲେ ଶେଲୀ ଓବରୟ । ଆମ୍ ଆଦମି ପାର୍ଟି ପ୍ରାର୍ଥୀ ଶେଲୀ ଜିତିଲେ ଦିଲ୍ଲୀ ଏମସିଡି । ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଶେଲୀ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ସେହିପରି ଡେପୁଟି ମେୟର ହୋଇଛନ୍ତି ମହମ୍ମଦ ଇକବାଲ୍ । ଡେପୁଟି ମେୟର ନିର୍ବାଚନରୁ ମଧ୍ୟ ପ୍ରାର୍ଥୀ ହଟାଇଥିଲା ବିଜେପି । ନିର୍ବାଚନର କିଛି ସମୟ ପୂର୍ବରୁ ବିଜେପିର ମେୟର ପ୍ରାର୍ଥୀ ଶିଖା ରାୟ ଓ ଡେପୁଟି ମେୟର ପ୍ରାର୍ଥୀ ସୋନି ପାଣ୍ଡେ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଏହାପୂର୍ବରୁ ଫେବ୍ରୁଆରୀରେ ହୋଇଥିଲା ମେୟର ନିର୍ବାଚନ । ସେତେବେଳେ ୧୫୦ ଭୋଟ୍ ପାଇ ଶେଲୀ ହିଁ ଜିତିଥିଲେ ମେୟର ଚେୟାର।
Aam Aadmi Party's Shelly Oberoi unanimously elected mayor of Delhi MCD after BJP candidate Shikha Rai withdraws her nomination.
BJP candidate for Deputy Mayor elections also withdraws her candidature pic.twitter.com/yx9la6zTbB
— ANI (@ANI) April 26, 2023