spot_img

Latest Posts

କଲମ ଛାଡ ଆନ୍ଦୋଳନ କରି ଧାରଣାରେ ବସିଲେ ଜେଇଇ ମହାସଂଘ

ଧାମନଗର : ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ କନିଷ୍ଠଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣା। ଅଭିଯୁକ୍ତକୁ ଗିରଫ ଦାବିରେ କଲମ ଛାଡ ଆନ୍ଦୋଳନ କରି ବ୍ଲକ ସମ୍ମୁଖରେ ବସିଲେ ଜେଇଇ ସଂଘ। ଭଦ୍ରକ ଧାମନଗର ବ୍ଲକ ଦୋବଲ ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ନରେନ୍ଦ୍ର ମଲିକଙ୍କୁ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ସରପଞ୍ଚ ଓ ସମିତିସଭ୍ୟ ପ୍ରତିନିଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଯନ୍ତ୍ରୀଙ୍କୁ ବେଆଇନ ବିଲ୍ କରିବାକୁ ବାଧ୍ୟ କରିଥିଲେ ସରପଞ୍ଚ ଓ ସମିତିସଭ୍ୟାଙ୍କ ପ୍ରତିନିଧି। ବିଲ୍ କରିବାକୁ ମନା କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଆକ୍ରମଣ ହୋଇଥିଲା। ଏପରିକି ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିବାଦ କରିନଥିଲେ। ଘଟଣା ନେଇ କନିଷ୍ଠଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ଗତ ୨ଦିନ ତଳେ ଜେଇଇଙ୍କୁ ମାଡ ମରା ଘଟଣାରେ ସମିତିସଭ୍ୟାଙ୍କ ସ୍ବାମୀଙ୍କୁ ଶିକ୍ଷକ ପଦରୁ ନିଲମ୍ବନ କରାଯାଇଥିଲା। ହେଲେ ଗିରଫଦାରୀ ଦାବିରେ ଜେଇଇ ମହାସଂଘ ପକ୍ଷରୁ ଧାମନଗର ବ୍ଲକ ଆଗରେ କଲମଛାଡ ଆନ୍ଦୋଳନ କରାଯାଉଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ଯନ୍ତ ଆନ୍ଦୋଳନ ଚାଲିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

Latest Posts

Don't Miss