spot_img

Latest Posts

ଥାନା ଆଗରେ ଜଣେ ପ୍ରେମିକାକୁ ୨ ପ୍ରେମିକ ବାଡ଼ାବାଡ଼ି

ଭୁବନେଶ୍ବର: ପ୍ରେମ ପାଇଁ ମହାଭାରତ । ଜଣେ ପ୍ରେମିକାକୁ ୨ ପ୍ରେମିକ । ସାମ୍ନା ସାମ୍ନି ହେବାପରେ ଥାନା ଆଗରେ ବାଡାବାଡ଼ି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଆଗରେ ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି  । ଗତକାଲି ସନ୍ଧ୍ୟାରେ ଥାନା ଆଗରେ ଜଣେ ଯୁବତୀଙ୍କ ପାଇଁ ଦୁଇଜଣ ଯୁବକ ମାର୍‌ପିଟ୍‌  ହେଉଥିବା ଭିଡିଓ ସାମ୍ନାକୁ ଆସିଛି ।

ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ମିଶି ଆଉ ଜଣେ ଯୁବକଙ୍କୁ ମାଡ ମାରୁଥିଲେ। ହଠାତ୍ କିଛି ବୁଝିବା ପୂର୍ବରୁ ଥାନା ଆଗରେ ଜମା ହୋଇଯାଇଥିଲା ଲୋକଙ୍କ ଭିଡ। ଯୁବତୀ ଜଣକ ଦୁଇ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ଉଭୟ ପ୍ରେମିକ ଏବିଷୟରେ ଆଦୌ ଅବଗତ ନଥିଲେ  । କିନ୍ତୁ ପୂର୍ବ ପ୍ରେମିକ ଏସବୁର ପର୍ଦ୍ଦାଫାସ କରିଥିବାରୁ ଉଭୟ ପ୍ରେମିକା ଆଉ ବର୍ତ୍ତମାନର ପ୍ରେମିକ ମିଶି ତାଙ୍କୁ ଉତ୍ତମମଧ୍ୟମ ଦେଇଥିଲେ।

ସ୍ଥାନୀୟ ଲୋକ ଘଟଣା କଣ ଜାଣିବା ପାଇଁ ପଚାରିବାରୁ କମେଣ୍ଟ ମରାକୁ ନେଇ ଏପରି ହୋଇଛି ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ପ୍ରେମିକା ।ତେବେ ଦୁଇ ପ୍ରେମିକ ଏବଂ ପ୍ରେମିକାଙ୍କ ବିଚ୍ ରାସ୍ତାରେ ଝଗଡ଼ା ଓ ମାର୍ ପିଟ୍ କଥା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

Latest Posts

Don't Miss