spot_img

Latest Posts

ନିଠାରୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ କୋର୍ଟ

ନୋଏଡା: ଫାଶୀ ଟଳିଲା, ଏବେ କେବଳ ଜେଲ। ଉତ୍ତରପ୍ରଦେଶ ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତ ବିଭିନ୍ନ ମାମଲାରେ ଦୋଷମୁକ୍ତ। ମାମଲାର ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଦୋଷମୁକ୍ତ କରିଛନ୍ତି ଆଲ୍ହାବାଦ ହାଇକୋର୍ଟ। ଦୁଷ୍କର୍ମ ଓ ହତ୍ୟା ନେଇ ୧୨ଟି ମାମଲାରେ ତଳ କୋର୍ଟ ଅଭିଯୁକ୍ତ ସୁରିନ୍ଦର କୋଲିଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ମାମଲାରେ ଅନ୍ୟ ଅଭିଯୁକ୍ତ ମନିନ୍ଦର ସିଂ ପାନ୍ଧେର ମଧ୍ୟ ଦୁଇଟି ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିଲା। ଏବେ ଏହି ୧୪ଟି ଫାଶୀ ଦଣ୍ଡାଦେଶ କେସକୁ ହାଇକୋର୍ଟ ଖାରଜ କରିଦେଇ ଉଭୟ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି  । ଉଭୟଙ୍କୁ ସ୍ବତନ୍ତ୍ର କୋର୍ଟରେ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି ଆଲ୍ହାବାଦ ହାଇକୋର୍ଟ। ୨୦୦୫ରୁ ୨୦୦୬ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ମାମଲାରେ ଉଭୟ ଅଭିଯୁକ୍ତ ଥିଲେ। ଅଭିଯୁକ୍ତ ମନିନ୍ଦର ସିଂ ପାନ୍ଧେରଙ୍କ ଘରେ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା।

ମନିନ୍ଦର ସିଂ ପାନ୍ଧେର ଘରେ ସୁରିନ୍ଦର କୋଲି ସହାୟକ ଭାବେ କାମ କରୁଥିଲା। ମନିନ୍ଦର ସିଂ ପାନ୍ଧେରଙ୍କ ଘରେ ଏକାଧିକ ଶିଶୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା  । ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ସହ ହତ୍ୟା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସାରା ଦେଶରେ ଏହି ମାମଲା ଚହଳ ପକାଇଥିଲା। ଏହାପରେ ୨୦୦୭ରେ ମାମଲାର ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ଉଭୟଙ୍କ ବିରୋଧରେ ୧୯ଟି ମାମଲା ରୁଜୁ କରିଥିଲା ସିବିଆଇ।

Latest Posts

Don't Miss