spot_img

Latest Posts

ଯବାନଙ୍କୁ ପିଟି ପିଟି ମାରି ଦେଲେ, ଜାଣନ୍ତୁ ହତ୍ୟା ପଛର କାରଣ

ବ୍ରହ୍ମପୁର: ଗଞ୍ଜାମ କାଳୀପଲ୍ଲୀ ଗାଁରେ ମରଣାନ୍ତକ ଆକ୍ରମଣ ପରେ ଯବାନ ଦିଲେଶ୍ବର ପାତ୍ରଙ୍କ ମୃତ୍ୟୁ ଘଟଣା। ଜଣେ ଅଭିଯୁକ୍ତ ଧରାପଡିଥିବା ଗଞ୍ଜାମ ଏସପି କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ଛତ୍ରପୁର ଏସଡିପିଓ, ଆଇଆଇସି ଓ ଚମାଖଣ୍ଡୀ ଆଇଆଇସି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି ।ବୁଧବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଗୁରୁତର ଯବାନ ଦିଲେଶ୍ବର ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଗତ ୮ବର୍ଷ ଧରି ସେ ସେନାରେ କାର୍ଯ୍ୟରତ ଥିଲେ । ଝିଅ ଜନ୍ମ ହେବା ଖବର ଶୁଣି ଛୁଟିରେ ଗାଁକୁ ଆସିଥିଲେ । ଗତ ୩ତାରିଖରେ ଗୋପାଳପୁର ନିକଟରେ ସାଙ୍ଗମାନଙ୍କ ସହ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରୁଥିବା ସମୟରେ ହରିପୁର ଗାଁ ନିକଟରେ ୫ଜଣ ଯୁବକ ତାଙ୍କୁ ଆକ୍ରମଣ କରି ଏକ ପୋଖରୀରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

Latest Posts

Don't Miss