spot_img

Latest Posts

ମାଟି ମୂର୍ତ୍ତି ଦେଉଛି ରୋଜଗାର

ଚାନ୍ଦବାଲି: ରାଜ୍ୟ ସରକାରଙ୍କ ମିଶନ ଶକ୍ତି କରିଛି ମହିଳାଙ୍କୁ ରୋଜଗାରକ୍ଷମ । ମାଟି ମୂର୍ତ୍ତି ତିଆରି କରି ମହିଳା ହୋଇଛନ୍ତି ସ୍ବାବଲମ୍ବୀ । ଚାନ୍ଦବାଲି ହଳଦିଆ ଗାଁର ମହିଳା ମାନେ ହେଉଛନ୍ତି ଆର୍ଥିକ ସ୍ଥରରେ ସୁଦୃଢ । ବିଭିନ୍ନ ମେଳାରେ ବିକ୍ରି ହେଉଛି ବିଶ୍ୱକର୍ମା ଉତ୍ପାଦକ ଗୋଷ୍ଠୀର ସାମଗ୍ରୀ । ଦିନକୁ ଦିନ କମୁଛି ମାଟି ତିଆରି ସାମଗ୍ରୀର ଚାହିଦା। ହେଲେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସଂଚାର ହୋଇଛି ନୂଆ ଆଶା। ଚାନ୍ଦବାଲି ହଳଦିଆ ଗାଁର ମହିଳା ମାନେ ରାଜ୍ୟ ସରକାରଙ୍କ ତରଫରୁ ଟେରାକୋଟା ପ୍ରଶିକ୍ଷଣ ନେବା ପରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ ଘରକରଣା ସାମଗ୍ରୀ ତିଆରି କରୁଛନ୍ତି। ଅବସର ସମୟରେ ସେ ମାଟି ମୂର୍ତ୍ତି ତିଆରି କରୁଛନ୍ତି ଯେଉଁଥିରୁ ହେଉଛି ଭଲ ରୋଜଗାର । ମାଟିରେ ତିଆରି ହେଉଛି ଘୋଡ, ଗଣେଶ ମୂର୍ତ୍ତି ଦୀପ ସହ ଅନ୍ୟାନ ସାମଗ୍ରୀ ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ସହାୟତାରେ ବିଶ୍ୱକର୍ମା ଉତ୍ପାଦକ ଗୋଷ୍ଠୀ ତିଆରି କରିପାରୁଛନ୍ତି ବିଭିନ୍ନ ଜିନିଷ। ଯାହାକୁ ବିଭିନ୍ନ ମେଳାରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର ହୋଇପାରୁଛି। ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିପାରିଛନ୍ତି ଗାଁର ମହିଳା । ରାଜ୍ୟ ସରକାର ଟେରାକୋଟା ପ୍ରଶିକ୍ଷଣ ସହ ମେସିନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା ଗୋଷ୍ଠୀ।

 

Latest Posts

Don't Miss