spot_img

Latest Posts

୨୭ ତମ ପ୍ରତିଷ୍ଠା ଦିବସ ପାଳିଲା ଚିଲିକା ବିଜେଡି, ମା’ ଭଗବତୀ ପୀଠରୁ ଗଣଦୌଡ ଆରମ୍ଭ

ଖୋର୍ଦ୍ଧା: ବାଣପୁରରେ ଚିଲିକା ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପ୍ରତିଷ୍ଠା ଦିବସ ଅବସରରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ମନ୍ଦିରଠାରୁ ଏକ ଗଣଦୌଡ଼ ବାହାରିଥିଲା। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ  ।

ମା ଭଗବତୀ ପୀଠରୁ ଏହି ଗଣଦୌଡ଼ ବାହାରି ମା ଟିକିରାଇଁ ମନ୍ଦିରଠାରେ ଶେଷ ହୋଇଥିଲା । ମା ଟିକିରାଇଁ ମନ୍ଦିରର ଚତୁଃପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା । ଏହାପରେ ସାଂସଦ ମାନସ ମଙ୍ଗରାଜ ବାଣପୁର ମେଡିକାଲରେ ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୁରାଲ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସାମିଲ ହୋଇଥିଲେ। ଚିଲିକା ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧକ୍ଷ ମିଟୁ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ମନୋଜ କୁମାର ପ୍ରଧାନ, ପ୍ରଭାସ ସୁନ୍ଦରାୟ, ମାନସ ପ୍ରଧାନ ଓ ବିଜୁ ଜନତା ଦଳର ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Latest Posts

Don't Miss