spot_img

Latest Posts

ଘନ କୁହୁଡ଼ି ବଳୟରେ ରାଜଧାନୀ ଦିଲ୍ଲୀ, ଅସ୍ତବ୍ୟସ୍ତ ଜନଜୀବନ

ନୂଆଦିଲ୍ଲୀ: ଘନ କୁହୁଡ଼ି ବଳୟରେ ରାଜଧାନୀ ଦିଲ୍ଲୀ। ପ୍ରବଳ କୁହୁଡିରୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। କମ ଭିଜିବିଲିଟିରୁ ବିମାନ ଓ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଦିଲ୍ଲୀରେ ୧୧୦ରୁ ଅଧିକ ଫ୍ଲାଇଟ ଉଡାଣ ବିଳମ୍ବ ହୋଇଛି।

ସୂଚନା ଅନୁଯାୟୀ, ଘନ କୁହୁଡି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ୩୦ ବିମାନ ଉଡାଣରେ ବିଳମ୍ବ ହୋଇଥିଲା। ଅନେକ ଅନ୍ତର୍ଜାତୀୟ ବିମାନର ଉଡାଣ ବିଳମ୍ବ ହୋଇଛି। ୨୫ଟି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ୧୪ଟି ଟ୍ରେନ ଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା। ଦିଲ୍ଲୀରେ ଭିଜିବିଲିଟି ୫୦ ମିଟରକୁ ଖସି ଥିବା ନେଇ ସୂଚନା ମିଳିଛି।

ସାରା ରାଜଧାନୀରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୭. ୮ ଡିଗ୍ରୀକୁ ହ୍ରାସ ପାଇଛି । ଆଗକୁ ମଧ୍ୟ ଘନକୁହୁଡି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଏନସିଆରରେ ଘନ କୁହୁଡ଼ି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଦିନ ବେଳା ଗାଡିଗୁଡ଼ିକ ଲାଇଟ ଲଗାଇ ଚଳାଚଳ କରୁଛନ୍ତି।

Latest Posts

Don't Miss