spot_img

Latest Posts

ଫୁଲବାଣୀରେ ଚାଞ୍ଚଲ୍ୟ, ୩ ଜଣଙ୍କୁ ଏସିଡ୍ ମାଡ଼ କଲା ଅଭିଯୁକ୍ତ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଶଶୀ ପାନଦୋକାନ ଛକରେ ଏସିଡ ଆକ୍ରମଣ । ବାପା,ପୁଅ ଓ ସାଙ୍ଗକୁ ଏସିଡ ମାରିଛି ଅଭିଯୁକ୍ତ । ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ବାପା ଚନ୍ଦ୍ର ମହାନ୍ତି ଏବଂ ପୁଅ ସୁରଜ ମହାନ୍ତି । ଅନ୍ୟ ଜଣକ ହେଉଛନ୍ତି ସାଙ୍ଗ ରାକେଶ ମିଶ୍ର। ସୁରଜ ଏବଂ ରାକେଶ ବାଇକ ଉପରେ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା।

ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଘଟଣାସ୍ଥଳକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ଅଭିଯୁକ୍ତ। ଅଭିଯୁକ୍ତ ପ୍ରମୋଦକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିଛନ୍ତି। ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏସିଡ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି।

Latest Posts

Don't Miss