spot_img

Latest Posts

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । କାରାଦଣ୍ଡ ଦେଲେ ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୧ ମସିହା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଜଣେ ୧୭ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଥିଲା ଅଭିଯୁକ୍ତ ବୈକୁଣ୍ଠ ନାଥ ମଲ୍ଲିକ ।ବୁଧବାର ଏହି ମାମଲାର ଶୁଣାଣି କରି ଯାଜପୁର ଅତିରିକ୍ତ ଦୌରା ଜଜ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୧୮ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ଚାରି ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏହାସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ ।

Latest Posts

Don't Miss