spot_img

Latest Posts

ଆଜିଠାରୁ ଭୁବନେଶ୍ବରରେ ଭାଷାବିତ୍‌ଙ୍କ ଭିଡ, ଦେଶ ବିଦେଶରୁ ଯୋଗ ଦେବେ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ସମସ୍ତଙ୍କ ମତ ଆଧାରରେ ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ସରକାର। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ସେସନ୍।

ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି। ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି। ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସବୁ ପଂଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି। ଅକ୍ଷର ଭୂମିକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅପିଲ୍ କରାଯାଇଛି। ଭାଷା ଆଧାରରେ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଛି ଓଡିଶା। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି। ଓଡିଆ ଭାଷା କାହିଁକି ଉତ୍କୃଷ୍ଟ, କିପରି ଓଡିଆ ଭାଷା ସବୁଠୁ ସମୃଦ୍ଧ, ଏ ବାବଦରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ। ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ, ସ୍ଵତନ୍ତ୍ର ପ୍ରଦର୍ଶନୀ, ବିଭିନ୍ନ ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ ।

Latest Posts

Don't Miss