spot_img

Latest Posts

ଆମେରିକାରେ ବ୍ରିଜ୍ ଭୁଶୁଡିବା ଘଟଣା; ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବାଲଟିମୋର: ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିଖୋଜ ଥିବ ୬ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଥିବା ନେଇ ମେରିଲ୍ୟାଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେବି ୪ଜଣ ଶ୍ରମିକ ନିଖୋଜ ରହିଛନ୍ତି ।

ମେରିଲାଣ୍ଡ ଷ୍ଟେଟ୍ ପୋଲିସ ସୁପରିଟେଣ୍ଡେଣ୍ଟ ରୋଲାଣ୍ଡ ବଟଲର କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ବ୍ରିଜର ମଧ୍ୟ ଭାଗରେ ପ୍ରାୟ ୨୫ ଫୁଟ୍ ତଳେ ଏକ ଲାଲ୍ ପିକଅପ୍ ଭ୍ୟାନ ମଧ୍ୟରେ ଦୁଇ ଶ୍ରମିକ ଫସିଥିବା ଦେଖିବାକୁ ପାଇଥିଲେ । ଯାହାପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ,  ଏହି କାର୍ଗୋ ସିପ୍‌ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିଲା। ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ପାଲପସ୍କୋ ନଦୀ ଉପରେ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଧକ୍କା ଦେଇଥିଲା ଜାହାଜ।  ଦୁର୍ଘଟଣା ପରେ ନଦୀକୁ ଖସି ପଡିଥିବା ଲୋକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି। ଡାଇଭିଂ ଟିମ ସହ ଲୋକଙ୍କୁ ଠାବ ଲାଗି ଚାଲିଛି ସର୍ଚ୍ଚ ଅପରେସନ। ପୋଲିସ ଓ ଫାୟାର ଟିମ ରେସକ୍ଯୁ ଅପରେସନରେ ମୁତୟନ ହୋଇଛନ୍ତି।

ପାଲପସ୍କୋ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଲମ୍ବ ୩ କିଲୋମିଟର ହୋଇଥିବାବେଳେ ବ୍ରିଜ ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୦ ଶ୍ରମିକ କାମ କରୁଥିଲେ। ଏକାଧିକ ଗାଡି ବ୍ରିଜକୁ ଖସି ପଡିଥିବାରୁ ଅନେକ ଲୋକଙ୍କ ମୃତ୍ଯୁ ଆଶଂକା କରାଯାଉଛି। ବ୍ରିଜ ଧସିବା ପରେ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା। ବ୍ରିଜ ଦୁର୍ଘଟଣାକୁ ମେରିଲ୍ଯାଣ୍ଡ ଗଭର୍ଣ୍ଣର ଏମର୍ଜେନ୍ସି ଜାରି କରିଛନ୍ତି। ଅପରପକ୍ଷେ ବାଲଟିମୋର ଆମେରିକାର ପଣ୍ୟବାହୀ ଜାହାଜ କାରବାରର ଏକ ପ୍ରମୁଖ କେନ୍ଦ୍ର ଭାବେ ବେଶ ପରିଚିତ।

Latest Posts

Don't Miss