spot_img

Latest Posts

ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲା। ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ସେମାନଙ୍କ କ୍ଷମା ପ୍ରାର୍ଥନାକୁ ଅଦାଲତ କରିଛନ୍ତି ଅଗ୍ରାହ୍ଯ। ଜାଣିଶୁଣି, ମନଇଚ୍ଛା ଓ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ନେଇ ଦୁହିଁଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ହିମା କୋଲି ଓ ଜଷ୍ଟିସ ଅସନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଏହି ସବୁ ଘଟଣାରେ ଦୋଷୀମାନେ ଦଣ୍ଡପାଇବା ଜରୁରୀ। ଆମକୁ କେହି ଦୃଷ୍ଟିହୀନ ବନାଇପାରିବେ ନାହିଁ। ପତଞ୍ଜଳି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ- ଲୋକମାନେ ଜୀବନରେ ଏପରି ଭୁଲ କରିଦେଇଥାନ୍ତି। ଏହାର ଜବାବରେ ପତଞ୍ଜଳି ଉପରେ ବର୍ଷିଥିଲେ କୋର୍ଟ। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଉତ୍ତର ରଖିଲେ କେନ୍ଦ୍ର ସରକାର। ଆୟୁସ୍ କିମ୍ବା ଆଲୋପାଥିକ ଔଷଧ ମଧ୍ଯରୁ କେଉଁଟିକୁ ବାଛିବେ ତାହା ଜଣେ ବ୍ଯକ୍ତିଙ୍କର ନିଜସ୍ବ ଇଚ୍ଛା। ଏନେଇ ଲୋକଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର। ପତଞ୍ଜଳି ଆୟୁର୍ବେଦ ଓ ଏହାର ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରିଷ୍ଣାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।

ଆଜି ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ବାବା ରାମଦେବ। ଲୋକଙ୍କୁ ବିଜ୍ଞାପନ ଜରିଆରେ ବିଭ୍ରାନ୍ତ କରୁଥିବା ଅଭିଯୋଗ କ୍ରମେ ଯୋଗଗୁରୁଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ। ଏହା ସହ ଉପଯୁକ୍ତ ସତ୍ଯପାଠ ଦାଖଲ କରି ନଥିବାରୁ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଅଦାଲତ। ସେପଟେ ପତଞ୍ଜଳି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି- ଏସବୁ ଦିଗରେ କେନ୍ଦ୍ର ସରକାର କିପରି ଆଖି ବନ୍ଦ କରି ବସିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ତଥାକଥିତ ମ୍ଯାଜିକ ମେଡିସିନଗୁଡିକର ବିଜ୍ଞାପନ ବିରୋଧରେ ପଦକ୍ଷେପ ନେବା ଲାଗି ରାଜ୍ଯଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡରୁ କୋରୋନିଲ ଔଷଧ ଉପଶମ ଦେଉଥିବା ନେଇ ପତଞ୍ଜଳି ପକ୍ଷରୁ ଯେଉ ବିଜ୍ଞାପନ ପ୍ରକାଶ କରାଯାଉଥିଲା ତାହାକୁ ସ୍ଥଗିତ କରିବା ଲାଗି ନିର୍ଦ୍ଦେଶ ଦେଇଛି ଆୟୁଷ ମନ୍ତ୍ରାଳୟ। ରାମଦେବ ଓ ବାଲକ୍ରିଷ୍ଣାଙ୍କ ସମ୍ପର୍କରେ ଆସନ୍ତା ଏପ୍ରିଲ ୧୬ରେ ରାୟ ଆସିବ ବୋଲି କହିଛନ୍ତି ଅଦାଲତ।

Latest Posts

Don't Miss