spot_img

Latest Posts

ବ୍ରାଣ୍ଡେଣ୍ଡ୍‌ ପ୍ୟାକେଟ୍‌ ଭିତରେ ଚାଲିଥିଲା ନକଲି ଅଟା କାରବାର

ଯାଜପୁର: ଅସଲି ଖୋଳ ଭିତରେ ନକଲି ଅଟା । ‘ଆଶୀର୍ବାଦ’ , ‘ପରିବାର’ ଭଳି ବ୍ରାଣ୍ଡେଣ୍ଡ୍‌ ଅଟା ଖୋଳ ଭିତରେ ଚାଲିଥିଲା ନକଲି ଅଟାର କାରାବାର । ଏଭଳି ଏକ ନକଲି ଅଟା କାରଖାନାକୁ ଯାଜପୁର ପୋଲିସ ସହାୟତାରେ ଠାବ କରିଛି କଲିକତାର ଡିଟେକ୍ଟିଭ୍‌ ଟିମ୍‌ ।

ଯାଜପୁର ସହର ଦେବୀଦ୍ୱାର ଅଞ୍ଚଳର  କେଶବ ଚନ୍ଦ୍ର ପାଣିଙ୍କର ଏକ ଅଟାକଳ ରହିଛି।  ସେଠାରେ ସେ ସ୍ଥାନୀୟ ଲୋକଙ୍କ ଗହମ ପେସାଇ  ଅଟା ପ୍ରସ୍ତୁତ କରୁଥିଲେ। ତେବେ  କିଛି ମାସ ହେବ ‘ପରିବାର’ ଅଟା କମ୍ପାନୀ ପ୍ୟାକେଟ୍‌ରେ ଅଟା ପ୍ୟାକିଂ କରି ବଜାରକୁ ଛାଡୁଥିଲା । ଆଉ ଏହି ଘଟଣା ବିଷୟରେ ଜାଣିପାରିଥିଲେ କୋଲକାତା ସ୍ଥିତ‘ପରିବାର’ ଅଟା କମ୍ପାନୀ କର୍ତ୍ତୃପକ୍ଷ ।

ସେ ସ୍ଥାନୀୟ ଏକ ଡିଟେକ୍ଟିଭ ସଂସ୍ଥା ଯୋଗେ ଆଜି ଏହି ଅସଲି ଖୋଳ ଭିତରେ ‘ନକଲି  ଅଟା ବିକୁଥିବା ମାଲିକଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ତେବେ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି  କୋଲକାତାର ଟିମ । ଯାଜପୁର ପୋଲିସ ସଙ୍ଗେ ସଙ୍ଗେ ଅଟାକଳ ଉପରେ ଚଢ଼ାଉ କରିବା ସହ ମାଲିକଙ୍କୁ ଅଟକ ରଖିଛି ।

ଘଟଣାସ୍ଥଳରୁ ‘ପରିବାର’ କମ୍ପାନୀର ଖୋଳରେ ଅଟା ଭର୍ତ୍ତି ହୋଇଥିବା ୧ କେଜି ବିଶିଷ୍ଟ ୫୦ଟି ପ୍ୟାକେଟ ଓ ୨୨୦ ପିସ ଖାଲି ପ୍ୟାକେଟ, ଅର୍ଶୀବାଦ କମ୍ପାନୀ ନାଁରେ ୨୮୦ ପ୍ୟାକେଟର ୧କେଜିଆ  ନକଲି ଅଟା,  ୫ କେଜି ବିଶିଷ୍ଟ ୬୫ ପ୍ୟାକେଟ ଅଟା ସହ ଅଟା ପ୍ୟାକିଂ କରୁଥିବା ମେସିନ ଜବତ କରାଯାଇଛି।

Latest Posts

Don't Miss