spot_img

Latest Posts

ଆମ୍ ଆଦମୀ ପାର୍ଟିର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏଥର ଦଳ ବିରୋଧରେ ଇଡି ଆଣିଛି ବୈଦେଶିକ ଅନୁଦାନ ପ୍ରସଙ୍ଗ। ଇଡି କହିଛି ୨୦୧୪ରୁ ୨୦୨୨ ମଧ୍ଯରେ ଆମ ଆଦମୀ ପାର୍ଟି କାନାଡା, ଆମେରିକା, ମଧ୍ଯପ୍ରାଚ୍ୟ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆରୁ ୭ କୋଟି ଟଙ୍କା ଡୋନେସନ ପାଇଛି। ଏହି ଅଭିଯୋଗ ନେଇ ଇଡି ଓ ବିଜେପି ଉପରେ ବର୍ଷିଛନ୍ତି ଆପ୍ ନେତ୍ରୀ ଆତିଶି।

ନିର୍ବାଚନ ଚାଲିଥିବାବେଳେ ବିଜେପି ଦଲ୍ଲୀ ଓ ପଞ୍ଜାବରେ ସମସ୍ତ ଲୋକସଭା ଆସନ ହରାଇବା ଆଶଙ୍କା ଥିବାରୁ ଏପରି ହୀନ ଷଡ଼ଯନ୍ତ୍ର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଇଡି ଦର୍ଶାଇଛି ବୈଦେଶିକ ଅନୁଦାନ ନିୟାମକ ଆଇନ ବା ଏଫସିଆରଏକୁ ଉଲ୍ଲଂଘନ କରି ଆପ୍ ଏହି ଅନୁଦାନ ଲାଭ କରିଛି। ପଞ୍ଜାବର ପୂର୍ବତନ ଆପ୍ ବିଧାୟକ ସୁଖପାଲ ସିଂ ଖଇରା ଓ ଅନ୍ଯମାନଙ୍କ ବିରୋଧରେ ବେଆଇନ ଅର୍ଥ ଚାଲାଣ ମାମଲା ଅନୁସାରେ ଇଡି ତଦନ୍ତ ଚଳାଇଥିବାବେଳେ ଏହି ଅଭିଯୋଗ ଦଳ ଲାଗି ସମସ୍ଯା ସୃଷ୍ଟି କରିଛି। ଗତ ୨୦୨୧ରେ ଖଇରାଙ୍କୁ ଗିରଫ କରିଥିଲା ଇଡି। ଆପକୁ କେଉଁ ଉତ୍ସରୁ କେତେ ଟଙ୍କା ମିଳିଛି, ତାହାର ଦାତା କିଏ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟକୁ ବି ସୂଚନା ଦେଇଛି ଇଡି।

Latest Posts

Don't Miss