spot_img

Latest Posts

ଆଜିଠୁ ଆଇପିଏଲର ପ୍ଲେ ଅଫ୍‌‌ ମୁକାବିଲା ,ମୁହାଁ ମୁହିଁ ହେବେ କେକେଆର ଏବଂ ଏସଆରଏଚ୍

ଅହମ୍ମଦାବାଦ୍‌ : ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ୧୭ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ୍‌‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ଯେଉଁ ଟିମ୍‌‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆଇପିଏଲ ଚଳିତ ସଂସ୍କରଣରେ ଦୁଇଟି ଯାକ ଟିମ୍‌‌ ର ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ବହୁତ ଭଲ ରହିଛି। ହେଲେ ଆଜି ଅହମ୍ମଦାବାଦ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚରେ କିଏ ବାଜି ମାରିବ ତାହାକୁ ନେଇ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଏଠାରେ ଗତବର୍ଷ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆୟୋଜକ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ପଛରେ ବ୍ୟାଟିଂ କରିଥିବା ଦଳ ଅଧିକ ସଫଳ ରହିଛି। ଏଠାରେ ୬ଟି ମ୍ୟାଚ୍‌ରୁ ଚେଜ୍‌ କରିଥିବା ଦଳ ୪ଟିରେ ବିଜୟୀ ହୋଇଛି। ତେଣୁ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ମ୍ୟାଚ୍‌ ହାଇସ୍କୋରିଂ ହେବ ଏବଂ ଛକା ଓ ଚୌକାର ବର୍ଷା ହେବ। କିନ୍ତୁ ବୋଲରମାନେ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନେବେ। ଗତ ମ୍ୟାଚ୍‌ରେ କୋଲକାତା ୪ ରନରେ ହାଇଦ୍ରାବାଦକୁ ହରାଇଥିଲା। ତେଣୁ ଏହି ମ୍ୟାଚ୍‌ରେ ଜବରଦସ୍ତ ରୋମାଞ୍ଚ ଓ ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍‌‌ ହେଡ୍‌‌, ଅଭିଶେଷ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ମଧ୍ୟ ପ୍ରଦର୍ଶନ ଚମତ୍କାର ରହିଛି। ଆଇପିଏଲ ପ୍ଲେ ଅଫ୍‌‌ ନିୟମ ଅନୁଯାୟୀ ଫାଇନାଲ ମୁକାବିଲା ପାଇଁ ୪ଟି ଟିମ୍‌‌ ମଧ୍ୟରେ କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ। ପଏଣ୍ଟ ଟେବୁଲର ଶିର୍ଷରେ ରହିଥିବା ଦୁଇ ଟିମ୍‌‌ କୋଲକାତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ।

Latest Posts

Don't Miss