spot_img

Latest Posts

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା, ଘୋଷଣା ହୋଇନି କୌଣସି ସ୍ଵତନ୍ତ୍ର  ଅନୁଦାନ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା। ଓଡ଼ିଶା ପାଇଁ ଘୋଷଣା ହୋଇନି କୌଣସି ସ୍ଵତନ୍ତ୍ର  ଅନୁଦାନ। ପର୍ଯ୍ୟଟନ ବିକାଶ ନାଁରେ ଲଲିପପ ଧରାଇଲା କେନ୍ଦ୍ର। ଆନ୍ଧ୍ର ଓ ବିହାରକୁ ସ୍ଵତନ୍ତ୍ର  ସହାୟତା ପ୍ରଦାନ କରିଥିବାବେଳେ ଓଡ଼ିଶାକୁ ବଜେଟରେ ଅଣଦେଖା କରାଯାଇଛି। କେବଳ ମନ୍ଦିର, ବନ୍ଯଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ସହାୟତା ଘୋଷଣା କରାଯାଇଛି। ଓଡ଼ିଶା ପାଇଁ କୌଣସି ନୂଆ ପ୍ରକଳ୍ପ ନଥିବା ଜଣାପଡିଛି। ବଜେଟ ଓଡ଼ିଶା ପାଇଁ ନିରାଶାଜନକ ରହିଛି। ବଜେଟରେ ଗରିବୀ, ଦାରିଦ୍ର୍ୟତା, ଅସମାନତା, ବେକାରୀ ସମସ୍ଯା, ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ଭଳି ସମସ୍ଯାର ସମାଧାନ କରାଯାଇନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିବା କହି ନିଜେ ନିଜର ପ୍ରଶଂସା କରିଛନ୍ତି ସରକାର।

ଦ୍ରାସ୍ଫୀତି ଦର ହ୍ରାସ ପାଇଛି ବୋଲି କହିଛନ୍ତି, ହେଲେ କୌଣସି ସାମଗ୍ରୀର ଦର ହ୍ରାଇ ପାଇନାହିଁ। ଅନେକ ଅତ୍ଯାବଶ୍ୟକ ସାମଗ୍ରୀର ଦର କିଛି ବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି। ବଜେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ସରକାର। ଆସାମକୁ ବନ୍ଯା ନିୟନ୍ତ୍ରଣ ଲାଗି ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଥିଲେ ମଧ୍ୟ କୌଣସି ସ୍ଵତନ୍ତ୍ର ଫଣ୍ଡ ଘୋଷଣା କରାଯାଇନାହିଁ। ଓଡ଼ିଶାବାସୀଙ୍କ ମୌଳିକ ସମସ୍ଯାକୁ ଉପେକ୍ଷା କରାଯାଇଛି। ଓଡ଼ିଶା ଖଣି କ୍ଷେତ୍ରରେ କେନ୍ଦ୍ରକୁ ହଜାର ହଜାର କୋଟିର ରାଜସ୍ଵ ପ୍ରଦାନ କରୁଛି। ଏହା ସତ୍ଵେ ଓଡ଼ିଶାକୁ ଅବହେଳା କରାଯାଇଛି।

Latest Posts

Don't Miss