spot_img

Latest Posts

ସାଧାରଣ ନିର୍ବାଚନରେ ସ୍ଵଚ୍ଛତା ନେଇ ବିଜେଡି ନେତ୍ରୀ ଲେଖାଶ୍ରୀଙ୍କ ବଡ଼ ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ, ଇସିଆଇର ସ୍ଵଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ। କହିଲେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ଭିତରେ ୫ କୋଟି ର ବ୍ୟବଧାନ ଅଛି। ୫୪୧ ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ ଦେଖା ଦେଇଛି  । ୭୯ ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା  । ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା  ।

ଇଭିଏମ୍ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ବିଜେଡି ନେତ୍ରୀ ଲେଖା ଶ୍ରୀ ସାମନ୍ତ ସିଂହାର। ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର । ଇଭିଏମ୍ ଜାଲିଆତି ନେଇ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ କଲେ ଲେଖାଶ୍ରୀ  । ଓଡ଼ିଶା ଓ ଆନ୍ଧ୍ର ମଧ୍ୟ ଏହି ଷଡଯନ୍ତ୍ର ହୋଇଛି । ଗଣତନ୍ତ୍ରର ବେକ ମୋଡି ଦେଇଛି ବିଜେପି  । ଲୋକଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି  । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ବୋଲି ଲେଖାଶ୍ରୀ କହିଛନ୍ତି।

ବିଜେପି ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନକୁ ଉଚ୍ଚା ରଖିଥିବା କହି ଆସିଛି। କିଛି ନିର୍ବାଚନରେ ସମ୍ବିଧାନକୁ ମୋଡି ମକଚିବାରେ ସଫଳ ହୋଇଛି। ୨୦୧୯ରେ ମାତ୍ର ୮ଟି ଜିତିଥିଲା। ଏଥର ୨୧ ରୁ ୨୦ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା। ବିଜେଡି ୧୨ ରୁ ୦ ହୋଇଯିବା ଅବିସ୍ମରଣୀୟ। ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି। ୨୦୧୯ରେ ଏକଥା ଆସିଥିଲା କିନ୍ତୁ ଏବେ ADR ଯେଉଁ ରିପୋର୍ଟ ଆସିଛି ୫ କୋଟି ଭୋଟ ଅନ୍ତର ରହିଛି। ୭୯ ସାଂସଦୀୟ କ୍ଷେତ୍ରର ଫଳାଫଳ କୁ ପ୍ରଭାବିତ କରିଛ ବିଜେପି। ନଚେତ କେନ୍ଦ୍ରରେ ଅଲଗା ସରକାର ହୋଇଥାନ୍ତା। ଓଡ଼ିଶାର ୧୮ ସଂସଦୀୟ କ୍ଷେତ୍ର ପ୍ରଭାବିତ ହୋଇଛି।

ଇଭିଏମ୍ ହ୍ୟାକକୁ ନେଇ ୨୦୧୯ରୁ ସୁପ୍ରିମକୋର୍ଟରେ କେସ୍ ଚାଳିଛି । କେନ୍ଦ୍ର ନିର୍ବାଚନ ଆୟୋଗ ନିର୍ବାଚନ ପରିଚାଳନା କରୁଛନ୍ତି। କିଛି ହେର ଫର ହୋଇ ପାରିବନି ବୋଲି କହୁଥିଲେ କେନ୍ଦ୍ର ସରକାର। ନିର୍ବାଚନ ଆୟୋଗଙ୍କୁ ଚୟନ କରିବାକୁ ଯେଉଁ ତିନି ଜଣିଆ ବଡି ରହିଛି ସେଥିରୁ ସୁପ୍ରିମ କୋର୍ଟ ଚିଫ ଜଷ୍ଟିସଙ୍କୁ ବାହାର କରି ଦିଆଗଲା। ଅରୁଣ ଗୋଏଲ ବି ଇସ୍ତଫା ଦେଲେ। ତିନିଜଣ ସଦସ୍ୟ ରହିବା କଥା। କିନ୍ତୁ ଅଧ୍ୟକ୍ଷଙ୍କୁ ଛାଡି ଦେଲେ ଦୁଇ ଜଣ ନୂଆ। ସେମାନେ ନିର୍ବାଚନ ବାବଦରେ ଜାଣିବାକୁ ସମୟ ନଥିଲା। ଇଭିଏମ ମେସିନ କେନ୍ଦୀୟ ସଂସ୍ଥା ତିଆରି କରୁଛି। ପ୍ରୋଗ୍ରାମିଙ୍ଗ ରେ ଗଡ ବଡ ହୋଇଛି, ୫ କୋଟିର ତଥ୍ୟ ଦେଇ ପାରୁନାହାଁନ୍ତି ନିର୍ବାଚନ ଆୟୋଗ। ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସମନ୍ତସିଂହାର।

Latest Posts

Don't Miss