spot_img

Latest Posts

ଆଜି ଦେଶର ୫ଶହ କେନ୍ଦ୍ରରେ ହେବ ନିଟ- ପିଜି ଟେଷ୍ଟ

ନୂଆଦିଲ୍ଲୀ : ଆଜି ଦେଶର ୫ଶହ କେନ୍ଦ୍ରରେ ହେବ ନିଟ- ପିଜି ଟେଷ୍ଟ। ବିବାଦରେ ଫସି ନଥିବା ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା। ପ୍ରଥମ ଥର ଲାଗି ଦୁଇଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି କହିଛି ନ୍ଯାସନାଲ ବୋର୍ଡ ଏଫ ଏକଜାମିନେସନ ବା ଏନବିଏ। ପୂର୍ବରୁ ୧୨ଶହ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେଉଥିବାବଳେ ଅନିୟମିତତା ଦୂର ଲାଗି ଚଳିତ ଥର ଏହି ସଖ୍ଯା ୫ଶହକୁ ହ୍ରାସ କରାଯାଇଛି।

ଗତ ଜୁନ ୨୩ରେ ନିଟ-ପିଜି ଟେଷ୍ଟ ହେବାର ଥିଲା। ମାତ୍ର ବିଭିନ୍ନ କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଛାତ୍ରଛାତ୍ରୀ ପ୍ରଦାନ କରିଥିବା ସ୍ଥାନୀୟ ଠିକଣା ଅନୁସାରେ ସେମାନଙ୍କୁ ନିକଟସ୍ଥ ସହରରେ ପରୀକ୍ଷା ଲାଗି ସୁଯୋଗ ଦିଆଯାଇଛି। ଗତ ୯ ତାରିଖରେ ନିଟ ପିଜି ପରୀକ୍ଷାକୁ ବାତିଲ କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ- ମାତ୍ର ୫ ପରୀକ୍ଷାର୍ଥୀଙ୍କ ଲାଗି ୨ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ଯତକୁ ଅନ୍ଧାର କରାଯାଇପାରିବ ନାହିଁ। ଖଣ୍ଡପୀଠର ଅନ୍ଯ ସଦସ୍ଯ ଥିଲେ ଜଷ୍ଟିସ ଜେ.ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର।

Latest Posts

Don't Miss