spot_img

Latest Posts

ଉତ୍ତର କୋରିଆରେ ବନ୍ଯା ରୋକିବାରେ ବିଫଳ ହେବାରୁ ୩୦ ଅଫିସରଙ୍କୁ ମୃତ୍ଯୁଦଣ୍ଡ

ପ୍ୟାଙ୍ଗୋଗ: କାମରେ ଅବହେଳା ଲାଗି ସସପେଣ୍ଡ ହେବା ବା ଗିରଫ ହେବା ସାଧାରଣ ଘଟଣା। ମାତ୍ର ଉତ୍ତରକୋରିଆରେ ଏହା ଘଟିଲା ନାହିଁ। ବନ୍ଯା ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କ୍ରମେ ୩୦ ଜଣ ଅଫିସରଙ୍କୁ ମୃତ୍ଯୁଦଣ୍ଡ ଦେଇଛନ୍ତି ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ। ଗତ ଜୁଲାଇରେ ଦେଶରେ ବନ୍ଯା ଓ ବନ୍ଯାଜନିତ ଭୂସ୍ଖଳନ ଯୋଗୁ ଏକ ହଜାର ଲୋକଙ୍କ ମୃତ୍ଯୁ ଘଟିଥିଲା।

୧୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ବନ୍ଯା ରୋକିବାରେ ବିଫଳ ହେବା ଯୋଗୁ ବନ୍ଯା ଓ ଭୂସ୍ଖଳନ ହୋଇଥିଲା ବୋଲି ଅଭିଯୋଗ କ୍ରମେ ଏହି ପଦକ୍ଷେପ ନେଇଛନ୍ତି କିମ। ଏସମ୍ପର୍କରେ ଦକ୍ଷିଣ କୋରିଆର ଚୋସୁନ ଟିଭି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହି ଅଧିକାରୀମାନେ ଦୁର୍ନୀତିରେ ବି ଲିପ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁ ଯେଉଁ ଅଞ୍ଚଳରେ ବନ୍ଯା ତାଣ୍ଡବ ଘଟିଥିଲା ସେହି ଅଞ୍ଚଳର ଅଧିକାରୀମାନଙ୍କୁ ମୃତ୍ଯୁଦଣ୍ଡ ମିଳିଛି। ବିଶେଷ କରି କୋଭିଡ ପରେ ଉତ୍ତରକୋରିଆରେ ମୃତ୍ଯୁଦଣ୍ଡ ଘଟଣା ବଢିବାରେ ଲାଗିଛି।

Latest Posts

Don't Miss