spot_img

Latest Posts

ଭରତପୁର ଘଟଣା ବେଳେ ସୁଭଦ୍ରା ଯୋଜନାରେ ବ୍ୟସ୍ତ ଥିଲେ ସରକାର

ଭୁବନେଶ୍ବର: ଭରତପୁର ଥାନା ଲଜ୍ଜା ନେଇ ରାଜ୍ୟର ବିଜେପି ସରକାରଙ୍କ ଅଜବ ଯୁକ୍ତି। ସରକାର କୁଆଡ଼େ ସୁଭଦ୍ରା ଯୋଜନାରେ ବ୍ୟସ୍ତ ଥିଲେ ତ, ସେଥିପାଇଁ ଏହି ମାମଲା ପ୍ରତି ଗୁରୁତ୍ଵ ଦେଇପାରିନଥିଲେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବା ପରେ ଚେତା ପଶିଲା, ତାପରେ ନିଦରୁ ଉଠିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେଲେ। ଏକଥା ଖୋଦ୍ ନିଜେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ସେ କହିଛନ୍ତି ଏହି ଘଟଣା ୧୫ ତାରିଖରେ ଘଟିଥିଲା। ସେତେବେଳେ ସୁଭଦ୍ରା ଯୋଜନା ଲାଗୁ କରିବାରେ ସରକାର ଓ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ। ପରେ ଭରତପୁର ଘଟଣାର ଗୁରୁତ୍ଵ ବୁଝି ୪ ଜଣିଆ କମିଟି କରିଥିଲେ ମୁଖ୍ୟମନ୍ତ୍ରୀ। ଗତକାଲି ବିଳମ୍ଵିତ ରାତି ଯାଏ ଏହାର ତର୍ଜମା କରାଯାଇଥିଲା। ତା ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି।

କିନ୍ତୁ ରାଜଧାନୀର ଛାତି ଉପରେ ଏତେ ବଡ଼ ଘଟଣା ଘଟିଲା, ଆଇନ ଶୃଙ୍ଖଳା ସ୍ଥିତି ନେଇ ଯେଉଁ ବାହାନା କରିଛନ୍ତି ଆଇନ ମନ୍ତ୍ରୀ, ତାକୁ ନେଇ ଉଠିଛି ପ୍ରଶ୍ନ। ସୁଭଦ୍ରା ଯୋଜନା ଲାଗୁ ପାଇଁ ଏତେ ବଡ଼ ଘଟଣାକୁ କଣ ଧ୍ୟାନ ଦିଆଯିବନି ? ଯେଉଁ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ସେହିପରି ଜଣେ ମହିଳାଙ୍କୁ ଥାନାରେ ଅସଦାଚରଣ କରାଯିବ, ଯୌନ ନିର୍ଯାତନା ଦିଆଯିବ, ଖୋଦ୍ ରକ୍ଷକ ସାଜିବ ଭକ୍ଷକ, କିନ୍ତୁ ରାଜ୍ୟ ସରକାର ଖାଲି ନିଜ ପ୍ରଚାରରେ ବ୍ୟସ୍ତ ରହିବେ ? ଏହା କି ପ୍ରକାର ଶାସନ ବୋଲି ଉଠିଛି ପ୍ରଶ୍ନ।

Latest Posts

Don't Miss