spot_img

Latest Posts

ଶୋଇଥିବା ବେଳେ ହଠାତ ଲାଗିଲା ନିଆଁ; ଗୋଟିଏ ପରିବାରର ୭ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ହଠାତ୍ ଲାଗିଲା ଭୟଙ୍କର ନିଆଁ, ଗୋଟିଏ ପରିବାରର ଜଳିଗଲେ ୭ଜଣ ସଦସ୍ୟ । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମୁମ୍ବାଇର ଚେମ୍ବୁର ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ଦୁଇ ନିରୀହ ପିଲା ମଧ୍ୟ ଅଛନ୍ତି । ଦୋକାନରେ ସର୍ଟସର୍କିଟ ହେଇ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ରବିବାର ସକାଳେ ମୁମ୍ବାଇର ଚେମ୍ବୁରର ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଯେଉଁଠାରେ ଅଗ୍ନିକାଣ୍ଡ ଘଟିଥିଲା ​​ସେହି କୋଠାର ତଳ ମହଲାରେ ଏକ କିରାଣୀ ଦୋକାନ ଥିବାବେଳେ ଉପର ମହଲାରେ ପରିବାର ଲୋକ ରହୁଥିଲେ। ଅଗ୍ନିଶମ ଅଧିକାରୀଙ୍କ କହିବାନୁସାରେ, ସେ ସକାଳ ୫.୨୦ସମୟରେ ନିଆଁ ଲାଗିବା ବିଷୟରେ ସୂଚନା ପାଇଥିଲେ। ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି  ଅନେକ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ପୂରା ଘରେ ବ୍ୟାପି ଯାଇଥିଲା। ନିଆଁ ଲାଗିବା ସମୟରେ ପୂରା ପରିବାର ଗୋଟିଏ ରୁମ୍‌ରେ ଶୋଇଥିଲେ। ପରେ ନିଆଁରେ ପୁୁରା ପରିବାର ପୋଡିହୋଇ ମୃତ୍ୟୁବରଣ କରିଥିଲେ ।ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଗୀତାଦେବୀ ଗୁପ୍ତା (୬୦ ବର୍ଷ), ଅନୀତା ଗୁପ୍ତା (୩୯ ବର୍ଷ), ପ୍ରେମ ଗୁପ୍ତା (୩୦ ବର୍ଷ), ମଞ୍ଜୁ ପ୍ରେମ ଗୁପ୍ତା (୩୦ ବର୍ଷ), ବିଦୀ ଗୁପ୍ତା (୧୫ ବର୍ଷ), ନରେନ୍ଦ୍ର ଗୁପ୍ତା (୧୦ ବର୍ଷ) ଏବଂ ପ୍ରେସି ଗୁପ୍ତା (୬ ବର୍ଷ)  ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସକାଳ ୪ଟାରେ ନିଆଁ ଲାଗିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଘର ଭିତରକୁ ଯାଇଥିଲେ। କିନ୍ତୁ ସେତେବେଳକୁ ବହୁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ଘରର ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଗଲା ଏବଂ ଲୋକମାନେ ବାହାରକୁ ଯିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ଡିସିପି ହେମରାଜ ରାଜପୁତଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳର ଯାଞ୍ଚ କରିଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଏହା ବସ୍ତି ଅଞ୍ଚଳ ହୋଇଥିବାରୁ ବାହାରକୁ ଯିବାର କୌଣସି ଉପାୟ ନଥିଲା  । ପରିବାର ଲୋକ ଉପର ମହଲାରେ ଫସି ରହି ନିଆଁ ଆଁ କୁ ଚାଲିଯାଇଥିଲେ ।

 

 

Latest Posts

Don't Miss