spot_img

Latest Posts

ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣା : ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।  ସେପଟେ ଅଦିନିଆ ରଥଯାତ୍ରାକୁ ନେଇ ଗତକାଲି ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ ନକରିବାକୁ ହଷ୍ଟନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି।  ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିବାକୁ ଆମେ ଆଶା ରଖୁଛୁ ବୋଲି ଜଣାଇଛନ୍ତି ଗତପତି ଦିବ୍ୟସିଂହ ଦେବ । ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି । ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଶଙ୍କରାଚାର୍ଯ୍ୟ ଓ ଗଜପତି ଇସ୍କନ ସଂସ୍ଥାକୁ ଚିଠି ଲେଖିବା ଘଟଣାକୁ ସ୍ୱାଗତ କରିଛି ପୂଜାପଣ୍ଡା ନିଯୋଗ l

Latest Posts

Don't Miss