କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି, ହଷ୍ଟେଲ ସମସ୍ଯାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

ଜୟପୁର : ହଷ୍ଟେଲରେ ଲାଗି ରହିଥିବା ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା। ହଷ୍ଟେଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ତାତିଲେ କୋରାପୁଟ ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀl ମୁଖ୍ୟ ଫାଟକକୁ ତାଲା ପକାଇ କରିଛନ୍ତି ପ୍ରତିବାଦl ଅନେକ ଦିନରୁ ହଷ୍ଟେଲରେ ଲାଗି ରହିଥିବା ସମସ୍ୟାକୁ ସମଧାନ କରିବା ପାଇଁ ଛାତ୍ରଛାତ୍ରୀ କତୃପକ୍ଷଙ୍କ ପାଖରେ ଅଭିଯୋଗ କରି ଆସୁଚନ୍ତି। ଏହା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଈ ମୁଖ୍ୟ ଫାଟକକୁ ତାଲା ପକାଇ ପ୍ରତିବାଦ କରିଛନ୍ତିl ଘଟଣାସ୍ଥଳରେ କର୍ତ୍ତୃପକ୍ଷ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଛନ୍ତି ।