spot_img

Latest Posts

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ: କଟକ ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି ମହାନଦୀ କୂଳ ଉପର ଓ ତଳ ବାଲିଯାତ୍ରା ପଡିଆ। ଆଜି ସଂଧ୍ଯାରେ ପୂର୍ବ ଭାରତର ସବୁଠୁ ବଡ  ଐତିହାସିକ ବାଣିଜ୍ଯ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ସଂଧ୍ଯା ୫ ଟାରେ ଉଦଘାଟନ କରିବେ। ଏଥର ଏହି ମେଳାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ୧୩ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି ଭାବେ ପ୍ରଶାସନ ଆମନ୍ତ୍ରଣ କରିଛି। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋଟରେ ଆସି ଗଡଗଡିଆରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏହା ଛଡା ୮ ଟି ଦେଶର କଳାକାରମାନେ ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସେମାନଙ୍କର ନୃତ୍ଯ ଗୀତ ପରିବେଷଣ କରିବେ।

ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ଉପର ଓ ତଳ ପଡିଆ ରେ ୨୫୦୦ ଛୋଟ ବଡ ଷ୍ଟଲ ହୋଇଛି। ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ। ସୁସ୍ବାଦୁ ଖାଦ୍ଯ ଲୋକଙ୍କୁ ପରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି। ଅନ୍ଯ ପକ୍ଷରେ ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ। ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ। ଅନ୍ଯ ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବା ପାଇଁ ଦର୍ଶକ ସୁଯୋଗ ପାଇବେ।

Latest Posts

Don't Miss