spot_img

Latest Posts

ମହାରାଷ୍ଟ୍ର ସସ୍‌ପେନ୍ସ : ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିପାରେ ମୋହର

ନନ୍ଦିଘୋଷ ବ୍ୟୁରୋ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ହୋଇପାରେ ଘୋଷଣା। ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ପଷ୍ଟ ହୋଇଯିବ। ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ। ବିଜେପିରୁ ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ରେସରେ ନଥିବା ପ୍ରେସମିଟ କରି ସୂଚନା ଦେଇ ସାରିଛନ୍ତି। ଗତକାଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଦେ କହିଛନ୍ତି,ଦଳ ଯାହାକୁ ମୁଖ୍ୟମନ୍ତ୍ରୀ କରିବ ସେଥିରେ ତାଙ୍କର ସମର୍ଥନ ରହିଛି। ଆଜି ବିଜେପି ବିଧାୟକ ଦଳ ବୈଠକ ବସୁଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନବିସ। ଦେବେନ୍ଦ୍ରଙ୍କ ନାଁ ଫାଇନାଲ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନିଜ ପତ୍ତା କଟିଥିବା ସ୍ପଷ୍ଟ ହେବା ପରେ ଏବେ ଏକନାଥ ଲାଗିଛନ୍ତି, କେମିତି ହେଉ ତାଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବେ।ସେପଟେ ଆସନ୍ତା ଗୁରୁବାର ହୋଇପାରେ ମହାରାଷ୍ଟ୍ରରେ ମହାୟୁତି ସରକାରଙ୍କ ଶପଥଗ୍ରହଣ ସମାରୋହ। ଏ ନେଇ ଘୋଷଣା କରିଛନ୍ତି ବିଜେପି ମହାରାଷ୍ଟ୍ର ସଭାପତି ଚନ୍ଦ୍ରଶେଖର ବୱଙ୍କୁଲେ। ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଅନୁଷ୍ଠିତ ହେବ ଶପଥଗ୍ରହଣ ସମାରୋହ।

Latest Posts

Don't Miss