spot_img

Latest Posts

ହନିମୁନ୍ ପାଇଁ କାଶ୍ମୀର ବଦଳରେ ମକ୍କା ଯିବାକୁ କହିଲେ ଶ୍ୱଶୁର, ଜ୍ବାଇଁ ନମାନିବାରୁ କଲେ ଏସିଡ଼ ଆଟାକ୍

ବର୍ତ୍ତମାନ ଚାଲିଛି ବିବାହର ଋତୁ । ବିବାହ ସମାରୋହ ପରେ ଦମ୍ପତ୍ତି ହନିମୁନ କୁ ଅପେକ୍ଷା କରିଥାନ୍ତି ।  ହନିମୁନ ଯିବା ପାଇଁ କିଛି ପର୍ୟ୍ୟଟନ  କମ୍ପାନୀ ଗୁଡ଼ିକର ବିଜ୍ଞାପନ ଦେଖି  ମଧ୍ୟ ସାହାର୍ୟ୍ୟ ନେଉଛନ୍ତି ।  ଏଭଳି ସ୍ଥିତି ରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି ।  ହନିମୁନ୍ ପାଇଁ ଶ୍ବଶୁର ବାଛିଥିବା ଯାଗା କୁ ଯିବାକୁ ଜ୍ବାଇଁ ମନା କରିବାରୁ ଶ୍ବଶୁର ନବ ବିବାହିତ ଜ୍ବାଇଁ ଙ୍କ ଉପରେ କରିଛନ୍ତି ଏସିଡ଼ ଆକ୍ରମଣ । ମହାରାଷ୍ଟ୍ରର କଲ୍ୟାଣରୁ ଏଭଳି ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଏକ ଛୋଟ ବିବାଦ ରୁ ଏଭଳି ତୁମୁଳକାଣ୍ଡ ଘଟାଇଥିଲେ ନିଜ ଶ୍ବଶୁର ।

ଘଟଣା ଟି କିଛି ଏପରି ଥିଲା

ଇବାଦ୍ ଫାଲକେ ନାମକ  ଜଣେ ବ୍ୟକ୍ତି କଲ୍ୟାଣର ପଶ୍ଚିମ ଅଞ୍ଚଳରେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ମାସ ପୂର୍ବରୁ ଇବାଦ୍ ସେହି ଅଞ୍ଚଳରେ ରହୁଥିବା ଜାକି ଖୋଟାଲଙ୍କ ଝିଅକୁ ବିବାହ କରିଥିଲେ। ବିବାହ ପରେ ଇବାଦ୍ ହନିମୁନ୍ ପାଇଁ କାଶ୍ମୀର ଯିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ପ୍ରସ୍ତୁତି କରିଥିଲେ। କିନ୍ତୁ ଶ୍ୱଶୁର ଜାକି ଖୋଟାଲ ତାଙ୍କ ଜ୍ବାଇଁ ଇବାଦ କୁ କହିଥିଲେ ସେ କାଶ୍ମୀର ଯିବା ଉଚିତ ନୁହେଁ ବରଂ ମକ୍କା ଏବଂ ମେଦିନାକୁ ଯାଇ ପ୍ରାର୍ଥନା କରି  ଭଗବାନ ଆର୍ଶୀବାଦ ନେବା ଉଚିତ୍।

ଏହି ପ୍ରସଙ୍ଗରେ ଗତ କିଛି ଦିନ ହେବ ଶ୍ୱଶୁର ଜାକି ଏବଂ ଜ୍ବାଇଁ ଇବାଦଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କିନ୍ତୁ ହଠାତ୍ ଜାକି ରାଗିଗଲେ ଯେ ତାଙ୍କ ଜ୍ବାଇଁ ତାଙ୍କ କଥା ଶୁଣୁନାହାଁନ୍ତି। ଏହି ବିବାଦ ପରେ ଇବାଦ୍ ଗତକାଲି ରାତି ରେ ସମୟରେ କଲ୍ୟାଣର ଲାଲ ଚାଉକି ଅଞ୍ଚଳରୁ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ କ୍ରୋଧିତ ଜାକି ଏକ ରିକ୍ସାରେ ଇବାଦଙ୍କ ପାଖକୁ ଆସି ତାଙ୍କୁ ଏସିଡ୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇବାଦ୍ ଗୁରୁତର ଆହତ ହୋଇଥିଲେ।

ବର୍ତ୍ତମାନ ଇବାଦ କଲ୍ୟାଣର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ଶ୍ୱଶୁର ଜାକି ଖୋଟାଲ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲେ।  ଏବେ ମହାରାଷ୍ଟ୍ରର ବଜାରପଥ ପୋଲିସ  ଏହି ଘଟଣା ଉପରେ ତଦନ୍ତ ଆରମ୍ଭ କରି ଇବାଦଙ୍କ ଶ୍ବଶୁରଙ୍କ ନାଁ ରେ ଏକ ମାମଲା ରୁଜ୍ଜୁ କରିଛି ।

Latest Posts

Don't Miss