spot_img

Latest Posts

ଆସିଲା ନୂଆ ନିୟମ, ଏଣିକି ୟୁଟୁବ୍ ରେ ବିଭ୍ରାନ୍ତକର ଥମ୍ବନେଲ୍ ଦେଲ ନିଆଯିବ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ଭିଡ଼ିଓ ଷ୍ଟ୍ରିମିଂ ପ୍ଳାଟଫର୍ମ ୟୁଟ୍ୟୁବର ଆସିଲା ୟୁଟୁବ୍ ର ନୂଆ ନିୟମ । ଯାହା ଭାରତ ରୁ ଆରମ୍ଭ ହେବାକୁ ଯାଉଥିବାର ୟୁଟୁବ ସୂଚନା ଦେଇଛି । ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା ପରି ବିଷୟ ସମ୍ପର୍କିତ ଭିଡିଓଗୁଡିକ ଉପରେ ବିଶେଷ ଭାବରେ ନଜର ରଖାଯିବ। ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଖୁଥିବା କେଣ୍ଟେଣ୍ଟ ବିଷୟରେ ଦଶର୍କ ମାନେ ଯେପରି ଦ୍ବନ୍ଦରେ ନ ରହିବେ । ଭୁଲ ଥ‌ମ୍ବନେଲ ଦେଖି ଅଧିକ ଲୋକ ବିଭ୍ରାନ୍ତ ହୋଇଯାଉଛନ୍ତି । ମାତ୍ର ଭିତରେ ଥିବା କଣ୍ଟେଣ୍ଟ ରେ ସେଭଳି କିଛି ତଥ୍ୟ ନଥାଏ ଯାହା ଫଳରେ ଲୋକଙ୍କ ଆଶ ୟୁଟବ୍ ଉପରୁ ହଟିଯାଉଛି ।

ଗୁଗୁଲ୍ ମାଲିକାନା ୟୁଟ୍ୟୁବ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ ଭୁଲ୍ ଥମ୍ବନେଲ୍ ସହିତ ଭିଡିଓ ସମସ୍ୟାର ମୁକାବିଲା କରିବା ଏହାର ଉଦ୍ଦେଶ୍ୟ। ସେଭଳି ଭିଡ଼ିଓ ବନାଉଥିବା ଲୋକଙ୍କ ପାଇଁ ଏହି ନିୟମ ଆାସିଛି ଯାହାର ଟାଇଟଲ୍ କିମ୍ବା ଥମ୍ବନେଲ୍ ଭିଡିଓର ବିଷୟବସ୍ତୁ ସହିତ ମେଳ ଖାଉ ନାହିଁ। ୟୁଟ୍ୟୁବ୍ ମଧ୍ୟ ଏପରି ଭୁଲ ଥମ୍ବନେଲଗୁଡିକର କିଛି ଉଦାହରଣ ଦେଇ କହିଛି, ଏଭଳି ଗୋଟିଏ ଭିଡିଓର ଥମ୍ବନେଲ୍ ରେ ଲେଖାଥିଲା ‘ଟପ୍ ପଲିଟିକାଲ୍ ନ୍ୟୁଜ୍’ ଲେଖା ହୋଇଥିବାବେଳେ କିନ୍ତୁ ଏହି ଭିଡିଓରେ କୌଣସି ଖବର ନଥିଲା ।

କମ୍ପାନୀ କହିଛି ଯେ ଏହିପରି ଅଭ୍ୟାସ ଦର୍ଶକଙ୍କୁ ପ୍ରତାରିତ କିମ୍ବା ହତାଶ କରିପାରେ, ବିଶେଷତ ଯେତେବେଳେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ୟୁଟ୍ୟୁବରେ କୌଣସି ବିଷୟ ଦେଖନ୍ତି। ଏହି ସମସ୍ୟାର ମୁକାବିଲା କରିବାକୁ, କମ୍ପାନୀ ଏହି ନୀତି ଉଲ୍ଲଂଘନ କରୁଥିବା ବିଷୟବସ୍ତୁ ଅପସାରଣ କରିବା ଆରମ୍ଭ କରିବ।ଆସନ୍ତା ମାସରେ ଏହି ପଦକ୍ଷେପ କାର୍ୟ୍ୟକାରୀ ହେବ ବୋଲି କମ୍ପାନୀ କହିଛି। ଏହାପୂର୍ବରୁ, ଗୁଗୁଲର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ୟୁଟ୍ୟୁବରେ ଏକ ଅପମାନଜନକ ଭିଡିଓ ହଟାଇବାରେ ବିଫଳ ହେବାରୁ ମୁମ୍ବାଇ କୋର୍ଟ ତାଙ୍କୁ ଅବମାନନା ନୋଟିସ୍ ପ୍ରଦାନ କରିଥିଲେ। ଗୁଗୁଲ ଅନ୍ୟ କେତେକ ଦେଶରେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଛି।

Latest Posts

Don't Miss