ନନ୍ଦିଘୋଷ ବ୍ୟୁରୋ: ଖ୍ରୀଷ୍ଟମାସ୍ ରେ ଇନ୍ଦୋରରୁ ଏକ ଅଜବ ଘଟଣା ସାମ୍ନାକୂ ଆସିଛି । ଜଣେ ଫୁଡ଼୍ ଡ଼େଲିଭରୀ ବୟେ ଆଜିର ଦିନରେ ସାଣ୍ଟା କ୍ଳଜ ଙ୍କର ଡ଼୍ରେସ ପିନ୍ଧି ନିଜର ଡ଼େଲିଭରି କରୁଥିଲେ । ଅଚାନକ ତାଙ୍କୁ ହିନ୍ଦୁ ଜାଗରଣ ମଞ୍ଚର କିଛି ଜଣ ଯୁବକ ରାସ୍ତାରେ ଅଟକାଇଥିଲେ । ଏବଂ ସେ ସାଣ୍ଟାଙ୍କର ଡ଼୍ରେସ ପିନ୍ଧିଥିବାରୁ ତାଙ୍କୁ ରାସ୍ତା ଉପରେ ଡ଼୍ରେସ ଖୋଲିବାକୁ କହିଥିଲେ । ସେମାନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେ ଆମ ପର୍ବ ଗୁଡ଼ିକରେ କାହିଁକି ଏଭଳି ଡ଼୍ରେସ କରି ପିନ୍ଧିବାକୁ ଦିଆଯାଉନାହିଁ । ମାତ୍ର ଖ୍ରୀଷ୍ଟିଆନ , ମୁସଲିମ ମାନଙ୍କ ଦିନ ଗୁଡ଼ିକରେ କାହିଁକି ଏଭଳି ଡ଼୍ରେସ ଦେଇ ତାଙ୍କ ପର୍ବ ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଅନୁମତି ଦିଆଯାଉଛି । ବାସ୍ତବରେ ଜୋମାଟୋ ରେ କାମ କରୁଥିବା ସେହି ଡ଼େଲିଭରି ବୟେ କହିଛି ଯେ ଖ୍ରାଷ୍ଟମାସ୍ ଦିନ ତାଙ୍କ ସମସ୍ତଙ୍କୁ କମ୍ପାନୀ ତରଫରୁ ଏହି ଡ଼୍ରେସ ଗିଫ୍ଟ ମିଳିଥିଲା ।
ତେବେ ହିନ୍ଦୁ ଜାଗରଣ ମଞ୍ଚର ଲୋକମାନଙ୍କ କହିବା ଅନୁଯାୟୀ ଯଦି ଏପରି କରି ପର୍ବ ଗୁଡ଼ିକର ସନ୍ଦେଶ ବାଣ୍ଟୁଛ ତେବେ ଆମ ହିନ୍ଦୁ ପର୍ବ ଗୁଡ଼ିକରେ କାହିଁକି ଏଭଳି କରି ସେନ୍ଦଶ ବାଣ୍ଟୁନାହାନ୍ତି କମ୍ପାନୀ ମାନେ । ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ସମ୍ପାଦକ ସୁମିତ୍ ହାଣ୍ଡିଆ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ଆମ ହିନ୍ଦୁ ମାନଙ୍କର ପର୍ବ ଆସୁଛି ସେତେବେଳେ ଏହି ବଡ଼ ବଡ଼ କମ୍ପାନୀ ଏବଂ ତାର ଲୋକମାନେ କୁଆଡ଼େ ଯାଉଛନ୍ତି? ଆମ ପର୍ବ ଗୁଡ଼ିକରେ ଭଗବାନ ରାମ, କି ଶିବ କି କୃଷ୍ଣ ହୋଇ କାହିଁକି ବାହାରକୁ ଏପରି ବାହାରୁନାହାଁନ୍ତି? ଯେବେକି ସେମାନଙ୍କଠାରୁ ଅଧିକ ଅର୍ଡ଼ର ହିନ୍ଦୁ ଲୋକମାନେ କରୁଛନ୍ତି । ଯେହେତୁ ଆମ ପର୍ବ ଗୁଡ଼ିକରେ ଏଭଳି ପ୍ରମୋସନ କରାଯାଉନାହିଁ ସେଥିପାଇଁ ଆମକୁ ଖରାପ ଲାଗିଲା ଓ ଆମେ ମାନେ ମିଶି ସେ ପିଲା ପିନ୍ଧିଥିବା ଡ଼୍ରେସକୁ କାଢିଲୁ ।

