spot_img

Latest Posts

ମହାକାଶରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ସୁନୀତା ୱିଲିୟମସ

ନନ୍ଦିଘୋଷ ବ୍ୟୁରୋ : ମହାକାଶରେ ଜୀବନ ସହ ଯୁଝୁଛନ୍ତି ମହାକାଶଚାରିଣୀ ସୁନୀତା ୱିଲିୟମସ ଓ ବଚ୍ ୱିଲମୋର। ସେପଟେ ସେମାନେ ଖ୍ରୀଷ୍ଟମାସ ପୋଷାକ ପିନ୍ଧିବାର ଭିଡିଓ ଆସିବା ପରେ ତାହାକୁ ନେଇ ବଢିଛି ଚର୍ଚ୍ଚା। ଗତ ଜୁନ ମାସରୁ ୮ ଦିନ ଲାଗି ମହାକାଶକୁ ଯାଇ ଆନ୍ତର୍ଜାତିକ ମହାକାଶ ଷ୍ଟେସନରେ ଫସିଛନ୍ତି ସୁନୀତା ଓ ୱିଲମୋର। ଗତକାଲି ସେମାନେ ଖ୍ରୀଷ୍ଟମାସ ଟୋପି ଓ ସାଣ୍ଟାକ୍ଲଜ ପୋଷାକ ପିନ୍ଧି ଖୁସି ମନାଇବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ସମାଲୋଚନାର ଶରବ୍ଯ ହୋଇଥିଲା। ନାସା ପକ୍ଷରୁ ଜାଣିଶୁଣି ମହାକାଶଚାରୀମାନଙ୍କୁ ଫସାଇ ଦିଆଯାଇଛି ବୋଲି ବିଭିନ୍ନ ମହଲ କହିଥିଲେ। ଏପରିକି ସେମାନେ ଫସିବାକୁ ଯାଉଛନ୍ତି ବୋଲି ନାସା ଜାଣିଥିଲା ବି କେହି କେହି କହିଥିଲେ। ସୁନୀତାଙ୍କ ସହ ଅନ୍ଯ ସହଯୋଗୀ ନିକ ହଗ୍ ଓ ଡନ ପେଟିଟ ବି ମହାକାଶରେ ଖ୍ରୀଷ୍ଟମାସ ଖୁସି ମନାଉଥିବା ଦେଖାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ଉତ୍ତର ରଖିଛି ନାସା। ସଂସ୍ଥା କହିଛି ଫସିଥିବା ମହାକାଶଚାରୀଙ୍କ ନିକଟକୁ ୩ଟନ ଓଜନ ବିଶିଷ୍ଟ ସ୍ପେସଏକ୍ସ ଜରିଆରେ ଏସବୁ ସାମଗ୍ରୀକୁ ଗତ ନଭେମ୍ବର ଶେଷ ଭାଗରେ ପଠାଯାଇଥିଲା। ପଠାଯାଇଥିବା ସାମଗ୍ରୀ ମଧ୍ଯରେ ଥିଲା ଟୋପି, ଖ୍ରୀଷ୍ଟମାସ ଟ୍ରି, ଆଳୁ, ପନିପରିବାଯୁକ୍ତ ଖାଦ୍ଯ, କୁକିଜ ଇତ୍ଯାଦି। ଆସନ୍ତା ଫେବୃଆରୀ କିମ୍ବା ମାର୍ଚ୍ଚରେ ସେମାନେ ଫେରିପାରନ୍ତି।

Latest Posts

Don't Miss