spot_img

Latest Posts

ଧର୍ମଗଡରେ ହତାଶ ଚାଷୀ, ଘରେ ପଡିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ

ଧର୍ମଗଡ଼ : ମଣ୍ଡି ଆରମ୍ଭକୁ ମାସେ ହେଲାଣି କିନ୍ତୁ ଏବେ ବି ଚାଷୀଙ୍କୁ ଟୋକନ ଚିନ୍ତା । କଳାହାଣ୍ଡି ଧର୍ମଗଡରେ ଅଧା ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ଆଉ ଅଧା ଟୋକନ ପାଇବାରୁ ବଞ୍ଚିତ ରହିଛନ୍ତି। ପ୍ରଶାସନର କହିବା ମୁତାବକ ଚଳିତ ବର୍ଷ ନଭେମ୍ବର ମାସରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ୨୨୩ଟି ମଣ୍ଡି ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ୮୦ ହଜର କୁଇଣ୍ଟାଲ ଧାନ ଉଠାଇବା ଟାର୍ଗେଟ ରହିଛି । ୭୪ଟି ପ୍ୟାସ୍କ ଓ ୨୮ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କିଣା ପାଇଁ ବ୍ୟବସ୍ଥା ହୋଇଛି ।

ଏଯାଏଁ ଧାନ ବିକିବା ତ ଦୂରର କଥା ବାରମ୍ବାର ଆବେଦନ ପରେ ବି ଚାଷୀଙ୍କୁ ଟୋକନ୍ ପାଉନଥିବା ଅଭିଯୋଗ ହୋଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ଅମଳକୁ ବିକ୍ରି କରିପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛି। ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେଉ ବୋଲି ଲୋକେ ଦାବି କରିଛନ୍ତି। ଯେଉଁ ଚାଷୀ ଟୋକନ୍ ପାଇ ମଣ୍ଡି ରେ ଧାନ ବିକୁଛି ସେ କଟନି ଛଟନି ର ଶିକାର ହେଉଥିବା ଅଭିଯୋଗ ହୋଇଛି ।

Latest Posts

Don't Miss