ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଲୋନରୁ ପାଖାପାଖି ୩୦ କେଜି ସୁନା ଓ ୪ ଲକ୍ଷ ୮୦ ହଜାର ଡକାୟତି ଘଟଣାରେ ତନାଘନା। ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କେଉଁ ପରିସ୍ଥିତିରେ ଡକାୟତି ହୋଇଛି ସେନେଇ ଛାନବିନ ଚାଲିଛି। ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି। ସମସ୍ତେ ହିନ୍ଦୀରେ କଥା ହେଉଥିବାରୁ ୪ଟି ଟିମକୁ ରାଜ୍ୟ ବାହାରକୁ ପଠାଇଛି ପୋଲିସ। ପୋଲିସର ସୂଚନା ଅନୁସାରେ ଚାରିଟି ବାଇକରେ ମୋଟ ୭ ଜଣ ଆସି ଡକାୟତି କରି ଝାରସୁଗୁଡ଼ା କିମ୍ବା ଦେବଗଡ଼ ରାସ୍ତାରେ ଯାଇଛନ୍ତି। ତେଣୁ ବିହାର ଓ ପଶ୍ଚିମବଙ୍ଗ ସମେତ ଆଉ ଦୁଇ ରାଜ୍ୟକୁ ଟିମ୍ ପଠାଇ ସମସ୍ତ ସୀମାକୁ ସିଲ୍ କରିଛି ପୋଲିସ। ସିସିଟିଭିରେ କଏଦ ହୋଇଛି ଲୁଟ୍ ପରେ ଫେରାର ବେଳର ଦୃଶ୍ୟ। ଏହି ଖବର ଜଣାପଡ଼ିବା ପରେ ଏବେ ସୁନା ରଖିଥିବା ଗ୍ରାହକ ଚିନ୍ତାରେ ପଡିଲେଣି। ସୁନା କିମ୍ବା ଟଙ୍କା ଫେରାଇବାକୁ ଦାବି କରିଛନ୍ତି ଗ୍ରାହକ।

