spot_img

Latest Posts

ଜମୁଛି ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କୃଷ୍ଣ ବଳରାମଙ୍କ ଲୀଳାରେ ଉତ୍ସବମୁଖର ଗୋପପୁର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଷଷ୍ଠ ଦିନ । ଆଜି ମଥୁରାନଗରୀରେ ଅନୁଷ୍ଠିତ ହେବ ରଙ୍ଗସଭା, ଆସନ୍ନ ଯୁଦ୍ଧ ପ୍ରସ୍ତୁତି ପାଇଁ ଆଲୋଚନା, ପ୍ରଶାସନିକ ଅଧିକାରୀଙ୍କ ସହ ଜନତା ଦରବାର, ଶଙ୍ଖଚୂଡ଼ଙ୍କୁ ଗୋପପୁର ପ୍ରେରଣ କାର୍ଯ୍ୟକ୍ରମ । ସେହିଭଳି ଗୋପପୁରରେ ଅନୁଷ୍ଠିତ ହେବ ଗୋପୀଙ୍କ ଦଧିବିକା ଓ ବସ୍ତ୍ରହରଣ କାର୍ଯ୍ୟକ୍ରମ ।ପଞ୍ଚମ ଦିନରେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଚାଲିଥିବା ବେଳେ ପ୍ରଭୁଙ୍କ ଦ୍ୱାରା ଯାମଳାର୍ଜ୍ଜୁନ ଭଞ୍ଜନ, କାଳୀୟ ଦଳନ ହୋଇଥିଲା। ସେହିପରି ମଥୁରାରେ ମହାରାଜ କଂସ, ଜରାସନ୍ଧକୁ ପରାସ୍ତ କରି ହେତି ଓ ପ୍ରହେତି ଙ୍କୁ ବିବାହ କରିଛନ୍ତି ଏବଂ କୃଷ୍ଣଙ୍କୁ ନିହତ କରିବା ଉଦେଶ୍ୟରେ ରଂଗସଭା ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି।ମଥୁରା ନଗରୀରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରିୁ ପୁଅ କଂସ ନିଜେ ରାଜ ସିଂହାସନ ଅକ୍ତିଆର କରିବା ପରେ ମଥୁରାରେ ଚଳାଇଛନ୍ତି ରାଜୁତି। ପ୍ରତିଦିନ ନଗର ଭ୍ରମଣରେ ବାହାରୁଛନ୍ତି ମହାରାଜ କଂସ।  ଏପରି  ଖୁସି ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ।

Latest Posts

Don't Miss