spot_img

Latest Posts

୯ ଘଣ୍ଟାରେ ଥରିଲା ୧୫୦ ଥର । ୧୨୮ ମୃତ, ୮ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ : ହିମାଳୟର ପାଦଦେଶରେ ଅବସ୍ଥିତ ତିବ୍ଦତରେ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା ।  ଏହି ଭୂମିକମ୍ପ ପରେ ୯ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦ କମ୍ପନ ରେକର୍ଡ କରାଯାଇଥିଲା  । ଭୂମିକମ୍ପରେ ସବୁଠାରୁ ବେଶୀ ପ୍ରଭାବ ପୃଥିବୀର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ନିକଟରେ ଅବସ୍ଥିତ ଶିଗାଟସେ ସହରରେ ପଡିଛି  । ଯେଉଁଠାରେ ପ୍ରାୟ ୮ ଲକ୍ଷ ଲୋକ ବାସ କରନ୍ତି । ଭୁମିକମ୍ପରେ ଏହି ସହରରେ ବହୁ କ୍ଷତି ହୋଇଛି ।

ହଜାରେରୁ ଅଧିକ ଘର ଭୁଶୁଡିଛି । ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଛନ୍ତି । ଏହି ଭୂମିକମ୍ପ କେନ୍ଦ୍ର ଏଭରେଷ୍ଟ ପର୍ବତଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ତିବ୍ଦତର ଟିଙ୍ଗ୍ରି କାଉଣ୍ଟିରେ ୧୦ କିଲୋମିଟର ଗଭୀରତାରେ ଦେଖିବାକୁ ମିଳିଥିଲା । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆ ଅନୁଯାୟୀ, ମଙ୍ଗଳବାର ଦିନ ସକାଳେ ଏହି ଭୂମିକମ୍ପ ହୋଇଛି । ତିବ୍ଦତର ପଡୋଶୀ ଦେଶ ଚୀନ୍, ନେପାଳ, ଭୁଟାନ ଏବଂ ଭାରତର କିଛି ଜିଲ୍ଲା ତଥା ବାଂଲାଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି।

ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚୀନ୍ ରାଜ୍ୟ ପରିଷଦ ଭୂମିକମ୍ପ ପ୍ରଭାବିତ ସହରକୁ ଏକ ଟାସ୍କଫୋର୍ସ ପଠାଇଛି। ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି କାରଣ ସେଠାରେ ଥିବା ଭିତ୍ତିଭୂମି ନଷ୍ଟ ହୋଇଛି । ଉଭୟ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପ୍ରଭାବିତ ହୋଇଛି ।  ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଡିଙ୍ଗ୍ରି କାଉଣ୍ଟିରେ ଥିବା ମାଉଣ୍ଟ ଏଭରେଷ୍ଟର ଚୀନ୍ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିଦେଇଛି । ଲୋକମାନେ ନିଜ ଘର ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ।ଲୋକଙ୍କୁ ମଙ୍ଗଳବାର ରାତିରେ ମାଇନସ୍ ୬ଡିଗ୍ରୀରେ ବିତାଇବାକୁ ପଡିଲା । ରାସ୍ତାରେ ଭଗ୍ନାଶଂ ପଡି କାର ଗୁଡିକ ଭାଙ୍ଗି ଯାଇଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡିଥିଲେ ।

Latest Posts

Don't Miss