spot_img

Latest Posts

୨୨ ଘଣ୍ଟା ବିଦ୍ୟୁତ୍ କାଟକୁ ନେଇ ବିକ୍ଷୋଭ, ରାସ୍ତାରେ ଅଟକିଛି ୭ ଶହ ଟ୍ରକ୍

ନୂଆଦିଲ୍ଲୀ : ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିଟ୍ -ବାଲ୍ଟିସ୍ତାନର ହୁଞ୍ଜା ଜିଲ୍ଲାରେ ୨୨ ଘଣ୍ଟିଆ ବିଦ୍ୟୁତ୍ କାଟ ବିରୋଧରେ ବିକ୍ଷୋଭ ଷଷ୍ଠ ଦିନରେ ପହଞ୍ଚିଛି । ଏହି କାରଣରୁ କରାକୋରାମ ରାଜପଥରେ ଯାତାୟାତ ବନ୍ଦ ରହିଛି । ଏଥି ସହିତ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ବିକ୍ଷୋଭକାରୀମାନେ ସୋମବାର ଠାରୁ ସମ୍ପୂର୍ଣ୍ଣ ଚକ୍କା ଜାମ ଏବଂ ସଟର ବନ୍ଦ ଘୋଷଣା କରିଛନ୍ତି। ପ୍ରଦର୍ଶନରେ ମହିଳା ଏବଂ ଶିଶୁଙ୍କୁ ମଧ୍ୟ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳ ଥଣ୍ଡା ସତ୍ତ୍ବେ ପ୍ରତିବାଦରେ ଶହ ଶହ ପୁରୁଷ ଏବଂ ମହିଳା ସାମିଲ ହେଉଛନ୍ତି ।  ଖାଲି ସେତିକି ନୁହେଁ, ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ମାଧ୍ୟମରେ ବାଣିଜ୍ୟକୁ ବାଧା ଦେଇଛି  ।

ହୁଞ୍ଜା ଆୱାମୀ ଆକ୍ସନ କମିଟି ଏବଂ ଅଲ ପାର୍ଟି ଟ୍ରେଡର୍ସ ଆସୋସିଏସନ ଦ୍ୱାରା ଏହି ବିରୋଧ ଆରମ୍ଭ ହୋଇଥିଲା। ଯାହା ପରେ, ସରକାରୀ ଉଦ୍ୟମ ସତ୍ତ୍ବେ କୌଣସି ସମାଧାନ ହୋଇପାରି ନାହିଁ। ଦୀର୍ଘ ଦିନ ଧରି ବିଦ୍ୟୁତ କାଟ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ନିଜର ବିରୋଧ ଜାରି ରଖିବାକୁ ଶପଥ ନେଇଛନ୍ତି। ବିକ୍ଷୋଭକାରୀମାନେ କହିଛନ୍ତି ଯେ, ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ବିରୋଧ ଜାରି ରଖିବୁ ।

ଗିଲଗିଟ୍-ବାଲ୍ଟିସ୍ତାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସଭାପତି ଇମ୍ରାନ ଅଲିଙ୍କ ଅନୁଯାୟୀ, ଆମଦାନୀ ତଥା ରପ୍ତାନି ସାମଗ୍ରୀରେ ଭର୍ତ୍ତି ହୋଇଥିବା ୭୦୦ ରୁ ଅଧିକ ଟ୍ରକ ଅଟକି ରହିଛି। ଚୀନ୍‌ରୁ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଗୁଡ଼ିକ ସିପିଇସି ଡାର୍ଟ ପୋର୍ଟରେ ଅଟକି ରହିଥିବାବେଳେ ପାକିସ୍ତାନୀ ଟ୍ରକ୍ ହୁଞ୍ଜା ସୀମା ମଧ୍ୟରେ ଅଟକି ରହିଛି । ଫଳରେ ଦେଶର ଅନ୍ୟ ସ୍ଥାନକୁ ସାମଗ୍ରୀ ବିତରଣ କରିବାରେ ଅସୁବିଧା ଉପୁଜିଛି ।

ଅଲି ଆହୁରି କହିଛନ୍ତି ଯେ ସୀମାରୁ ବରଫ ହଟାଇବା ପାଇଁ ପଠାଯାଇଥିବା ଯନ୍ତ୍ରପାତି ମଧ୍ୟ ଅଟକି ଯାଇଛି, ଯେଉଁଥିପାଇଁ ସୀମା ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିଳମ୍ବ ହେଉଛି। ବଢୁଥିବା ସଙ୍କଟ ସତ୍ତ୍ୱେ ସରକାର ପରିସ୍ଥିତିର ମୁକାବିଲା ପାଇଁ କୌଣସି ରଣନୀତି ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି। ସୋମବାର ସରକାର ଏବଂ ବିରୋଧ କମିଟି ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି ।  ବିକ୍ଷୋଭକାରୀମାନେ ବର୍ତ୍ତମାନ ଚକ ଜାମ ଏବଂ ସଟର-ଡାଉନ୍ ଷ୍ଟ୍ରାଇକ୍ ଘୋଷଣା କରି କହିଛନ୍ତି  । ବିଦ୍ୟୁତ୍ କାଟ ମହିଳା ଏବଂ ଶିଶୁଙ୍କ ପାଇଁ ଅସହ୍ୟ ହୋଇପଡିଛି। ସେମାନଙ୍କ ଘରେ ବିଦ୍ୟୁତ ଅଭାବରୁ ମହିଳା ଓ ଶିଶୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କମିଟି ଘୋଷଣା କରିଛି।

Latest Posts

Don't Miss