spot_img

Latest Posts

ଓଲା ଓ ଉବରକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ନୋଟିସ

ନୂଆଦିଲ୍ଲୀ : ମୋବାଇଲ ଡିଭାଇସ ଅନୁସାରେ ବୁକିଂରେ ଦରଗତ ପାର୍ଥକ୍ୟ ପ୍ରସଙ୍ଗ। ଓଲା ଓ ଉବରକୁ କେନ୍ଦ୍ର ଖାଉଟି ବ୍ଯାପାର ମନ୍ତ୍ରାଳୟର ନୋଟିସ। ସମାନ ସର୍ଭିସରେ ଅଲଗା ପ୍ରକାର ଦର ଧାର୍ଯ୍ୟ କରାଯାଉଥିବାରୁ ଏହି ପ୍ରସଙ୍ଗକୁ ଗୁରୁତ୍ବକୁ ନେଇଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ। ଆଇଫୋନ କିମ୍ବା ଆଣ୍ଡ୍ରଏଡ ଫୋନରେ ବୁକିଂ କ୍ଷେତ୍ରରେ ଭିନ୍ନ ଭିନ୍ନ ଦର ଦେବାକୁ ପଡୁଥିବାରୁ ସିସିପିଏ ଏହି ପଦକ୍ଷେପ ନେଇଛି। ଦରଧାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ବିବରଣୀ ଦାଖଲ କରିବାକୁ ଦୁଇ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ସିସିପିଏ। ଭଡ଼ା କ୍ଷେତ୍ରରେ ସ୍ବଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ନେଇ ସବିଶେଷ ରିପୋର୍ଟ ମାଗିଛି ମନ୍ତ୍ରାଳୟ। ଦରଗତ ପାର୍ଥକ୍ୟ ସମ୍ପର୍କରେ ଦିଲ୍ଲୀର ଜଣେ ବ୍ୟବସାୟୀ ଜାଣିବା ପରେ ଖବର ପଦାକୁ ଆସିଥିଲା। ଗତ ଡିସେମ୍ବରରେ ଏହି ଧରଣର ଏକ ଅଭିଯୋଗ ଆସିଥିଲେ ବି ଏହାକୁ ଖଣ୍ଡନ କରିଥିଲା ଉବର। ବର୍ତ୍ତମାନ ଏହି ଅଭିଯୋଗ ଆସିବା ପରେ ଓଲା, ଉବର ଓ ରାପିଡୋର ଦର ଧାର୍ଯ୍ୟ ପ୍ରକ୍ରିୟା ସମ୍ପର୍କରେ ତଦନ୍ତ କରିବା ଲାଗି ସିସିପିଏକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

Latest Posts

Don't Miss