spot_img

Latest Posts

ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଉଦଘାଟିତ

ଭୁବନେଶ୍ବର : ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ଓଡିଶାରେ ନୂଆ ଭାରତ ନିର୍ମାଣର ରହିଛି ପର‌୍ୟ୍ୟାପ୍ତ ସମ୍ଭାବନା। ଓଡ଼ିଶା ବାସୀ ଙ୍କ କୌଶଳ, ପରିଶ୍ରମ ଓ ସଚୋଟତା ମୁଁ ଗୁଜରାଟ ରେ ଅନୁଭବ କରିଛି । ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚ ଶିଖର ରେ ପହଁଚିବ ଯେ କେହି କେବେ କଳ୍ପନା କରି ନଥିବେ । ନିବେଶକ ମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନମ୍ବର। ଭାରତର ଟ୍ରେଣ୍ଡ ବଦଳୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନିଉବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର‌୍ୟ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପ ର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି । ବ୍ଲୁ ଇକୋନୋମି ରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଓଡିଶା ପର‌୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର‌୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ ଓଡିଶା ପର‌୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର‌୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକ ଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ସଶକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ ବୋଲି ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ୨୦୨୫ର ଉଦ୍‌ଘାଟନ କରି କହିଛନ୍ତି। ପୁଞ୍ଜିନିବେଶର ନୂଆ ଦିଗ କନସର୍ଟ ଇକୋନୋମୀ ଏବଂ କନଫରେନ୍ସ ଟୁରିଜମ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

କେନ୍ଦୁଝରରେ ଜେଏସ୍‌ଡ଼ବ୍ଲୁ ଓ ପୋସ୍କୋ ମିଳିତ ଭାବେ ଇସ୍ପାତେ କାରଖାନା କରିବେ। ଏ ନେଇ ସଙ୍କେତ ଦେଇଛନ୍ତି ସଜ୍ଜନ ଜିନ୍ଦଲ। ରାଜ୍ୟରେ ଆଲୁମିନିୟମ ରିଫାଇନାରୀ କ୍ଷେତ୍ରରେ ବିର୍ଲା ଗ୍ରୁପ ୩ହଜାର କୋଟି ଟଙ୍କା ବିନିଯୋଗ କରିବ। ଜେଏସ୍‌ପିଏଲ୍ ଗ୍ରୁପ ଅନୁଗୁଳ ଇସ୍ପାତ କାରଖାନାର ସଂପ୍ରସାରଣ କରି ୧୨ ର୍ନିୟୁତ ଟନକୁ କ୍ଷମତା ବଢାଇବା ସହ ୨୦୩୦ ସୁଦ୍ଧା ଦେଶର ସର୍ବ ବୃହତ ୨୫ ମିଲିଅନ୍ ଟନ୍ କରିବ ବୋଲି ନବୀନ ଜିନ୍ଦଲ କହିଛନ୍ତି। ପୁଞ୍ଜିନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ ବୋଲି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ କହିଛନ୍ତି। ବିକଶିତ ଭାରତ ରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ଆପଣ ଙ୍କ ସହ ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତା ଠୁ ଅଧିକ ଆସିଛି । ଏହା ହିଁ ଆପଣ ମାନଙ୍କ ଭଲ ପାଇବା । ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବୋୟୋଟେକ୍ନୋଲାଜି ଓ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମେ ଜୋର ଦେଉଛୁ।

ଉତ୍କର୍ଷ ଓଡ଼ିଶା –ମେକ ଇନ୍ ଓଡ଼ିଶା ୨୦୨୫ର ଦୁଇଦିନିଆ ସମ୍ମିଳନୀରେ ଷ୍ଟାର୍ଟ ଅପ୍ ଓଡ଼ିଶା, ସ୍କିଲଡ଼୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀକରଣ ଉପରେ ସ୍ୱତନ୍ତ୍ର ସସେନ ଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଉପରେ ବି ଗୁରୁତ୍ୱ ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଆଦାନୀ, ଆଇଟିସି, ଆଇଓସିଏଲ୍, ଜିନ୍ଦଲ, ବିର୍ଲା ଭଳି କର୍ପୋରେଟ କମ୍ପାନୀର ମୁଖ୍ୟମାନଙ୍କ ସହ ୧୨ଟି ଦେଶରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ନିବେଶକ ଏବଂ ସାଢେ ୭ ହଜାର ଡ଼େଲିଗେଟ ଭାଗ ନେଇଛନ୍ତି।

Latest Posts

Don't Miss