spot_img

Latest Posts

ବିହାର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ଖୋଲିଦେଲେ ବଜେଟ୍ ପେଡ଼ି

ନୂଆଦିଲ୍ଲୀ: ବିହାର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିଦେଲେ ବଜେଟ୍ ପେଡ଼ି। ଗତ ଲୋକସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ତୁଷ୍ଟ କରିବା ପରି ଏଥର ବିହାରକୁ ତୁଷ୍ଟ କରିଛନ୍ତି ସରକାର। ବିହାରରେ ପ୍ରତିଷ୍ଠା ହେବ ମଖାନା ବୋର୍ଡ। ଏହା ସହ ପ୍ରତିଷ୍ଠା ହେବ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟୋଗିକତା ଓ ପରିଚାଳନା ପ୍ରତିଷ୍ଠାନ। ଆସନ୍ତା ନଭେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ବଜେଟରେ ବିହାରକୁ ଫୋକସ କରିଛନ୍ତି ସୀତାରମଣ। ଏପରିକି ପୋଷାକରେ ବି ରାଜନୀତି କରିଛନ୍ତି ଅର୍ଥମନ୍ତ୍ରୀ।

ବିହାର ମିଥିଳା ଅଞ୍ଚଳରୁ ଉତ୍ପାଦିତ ହେଉଥିବା ମଧୁବନି ଶାଢି ପିନ୍ଧି ବଜେଟ ଉପସ୍ଥାପନା କରିଥିଲେ ନିର୍ମଳା। ଏହି ଶାଢିକୁ ବି ନିର୍ମଳାଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ବିଜେତା ଦୁଲାରୀ ଦେବୀ। ବିହାରର ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ପାଟନା ବିମାନବନ୍ଦରକୁ ସମ୍ପ୍ରସାରଣ କରାଯିବ। ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଗ୍ରୀନଫିଲ୍ଡ ବିମାନ ବନ୍ଦର ଏବଂ ବିହତାରେ ଏକ ବ୍ରାଉନଫିଲ୍ଡ ବିମାନ ବନ୍ଦର। ସେହିପରି ମିଥିଳାଞ୍ଚଳରେ ଥିବା ପଶ୍ଚିମାଞ୍ଚଳ କୋସି କେନାଲ ଇଆରଏମ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଘୋଷଣା ହୋଇଛି। ଗତ ୨୦୨୪ ବଜେଟରେ ବି ବିହାର ଲାଗି ୨୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ନିର୍ମଳା।

Latest Posts

Don't Miss