spot_img

Latest Posts

ବାଂଲାଦେଶରୁ ଦୁବାଇ ଯାଉଥିବା ବିମାନ କାହିଁକି ନାଗପୁରରେ ଅବତରଣ କଲା ?

ନାଗପୁର : ବାଂଲାଦେଶରୁ ଦୁବାଇ ଯାଉଥିବା ଏକ ବିମାନ ବିଳମ୍ବିତ ରାତିରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ସୂଚନା ଅନୁଯାୟୀ, ବାଂଲାଦେଶ ଏୟାରଲାଇନ୍ସର ଏହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଯୋଗୁଁ ଏହାକୁ ନାଗପୁର ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।

ଆଜି ଭାରତ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। କୁହାଯାଉଛି ଯେ ବିମାନରେ ଏହି ମ୍ୟାଚ୍ ଦେଖିବାକୁ ଯାଉଥିବା ଅନେକ ଲୋକ  ଥିଲେ। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନରେ ପରାସ୍ତ କରିଛି।

ନାଗପୁରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଯାନ୍ତ୍ରୀକ ତ୍ରୁଟି କରଣରୁ ବୁଧବାର ରାତିରେ ବିମାନକୁ ଅବତରଣ କରିବାକୁ ପଡିଲା । ବିମାନରେ ୩୯୬ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ମେମ୍ବର ଥିଲେ ।

 

Latest Posts

Don't Miss