spot_img

Latest Posts

କାହିଁକି ମଶା ମାରିବା ପାଇଁ ପୁରସ୍କାର ଘୋଷଣା କଲା ଫିଲିପାଇନ୍ସ ?

ନୂଆଦିଲ୍ଲୀ : ମଶାଙ୍କ ସମସ୍ୟା ନୂଆ ନୁହେଁ । ମଶାଙ୍କଠାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁ; କେତେବେଳେ ଆମେ ଔଷଧ ସ୍ପ୍ରେ କରୁ, ମଶା ନିରୋଧକ ଔଷଧ ଜାଳିଥାଉ, ମଶାରୀ ବ୍ୟବହାର କରୁ ଏବଂ ଘରର ଦ୍ୱାର ଝରକା ବନ୍ଦ ରଖିଥାଉ। କିନ୍ତୁ ଆପଣ କେବେ ଭାବିଛନ୍ତି କି ମଶାଙ୍କ ଆତଙ୍କ ଏତେ ବଢ଼ିଯିବ ଯେ କୌଣସି ଦେଶର ସରକାର ମଶା ମାରିବା ପାଇଁ ପୁରସ୍କାର ଘୋଷଣା କରିବେ। ଏହା କୌଣସି ମଜା ନୁହେଁ, ଫିଲିପାଇନ୍ସ ସରକାର ଏମିତି କିଛି କରିଛନ୍ତି । ଫିଲିପାଇନ୍ସରର ଜନବହୁଳ ସହରର ଅଧିକାରୀମାନେ ଡେଙ୍ଗୁ ବ୍ୟାପିବାକୁ ରୋକିବା ପାଇଁ ମଶା ମାରିବା ଲୋକଙ୍କୁ ନଗଦ ପୁରସ୍କାର ପ୍ରଦାନ କରୁଛନ୍ତି। କେନ୍ଦ୍ରୀୟ ମାନିଲାର ବାରାଙ୍ଗେ ଆଡିସନ୍ ହିଲ୍ସର ଗ୍ରାମ ମୁଖ୍ୟ କାର୍ଲିଟୋ ସେର୍ନାଲ୍ ଧରାପଡ଼ୁଥିବା ପ୍ରତି ପାଞ୍ଚଟି ମଶା ପାଇଁ ଗୋଟିଏ ପେସୋ (ଦୁଇ ଆମେରିକୀୟ ସେଣ୍ଟରୁ କମ୍) ପୁରସ୍କାର ପ୍ରଦାନ କରିଛନ୍ତି।

ଡେଙ୍ଗୁ କେବଳ ଫିଲିପାଇନ୍ସ ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି, ଫିଲିପାଇନ୍ସରେ ଡେଙ୍ଗୁ ଯୋଗୁଁ ୫୭୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି WHO ଅନୁଯାୟୀ, ୨୦୨୪ ମସିହାରେ ସାରା ବିଶ୍ୱରେ ଡେଙ୍ଗୁ ଯୋଗୁଁ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ମୌସୁମୀ ବର୍ଷା ଯୋଗୁଁ ଫିଲିପାଇନ୍ସ କର୍ତ୍ତୃପକ୍ଷ ସାରା ଦେଶରେ ଡେଙ୍ଗୁ ମାମଲା ବୃଦ୍ଧି ପାଇଥିବା ରିପୋର୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଫେବୃଆରୀ ୧ ତାରିଖରେ ୨୮ହଜାର ୨୩୪ ଟି ମାମଲା ପଞ୍ଜିକୃତ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ।

Latest Posts

Don't Miss