spot_img

Latest Posts

ଭୂମିକମ୍ପରେ ଘର ଭୁଶୁଡିବାରୁ ମିଳିଲା ୧୮ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ଭୂମିକମ୍ପ ବିଶ୍ୱର ଅନେକ ସହରକୁ ଅସ୍ତବ୍ୟସ୍ତ କରିଥାଏ ।  କିନ୍ତୁ ଭୂମିକମ୍ପ ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବା ପରେ ତୁର୍କୀ ଏକ କଠୋର ନିଷ୍ପତ୍ତି ନେଇଛି। ଘରର ମୂଳଦୁଆ ପକାଇଥିବା ଦୁଇ ଜଣଙ୍କୁ ୧୮ ବର୍ଷ ଲେଖାଏଁ ଜେଲଦଣ୍ଡ ଦେଇଛି । ତୁର୍କିର ଏନଟିଭି ଅନୁଯାୟୀ, ୨୦୨୩ ମସିହାରେ ଏକ ଭୂମିକମ୍ପ ଯୋଗୁଁ ରାଜଧାନୀ ଇସ୍ତାନବୁଲରେ ଏକ କମ୍ପ୍ଲେକ୍ସର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୧୧୫ ଜଣ ଲୋକ ପୋତି ହୋଇ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିଲା। ଘଟଣା ପରେ  ଠିକାଦାରଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଏବେ ଏହି ମାମଲାର ରାୟ ଆସିଛି । ମାମଲାରେ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ଘର ଭୁଶୁଡ଼ିବା ପାଇଁ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଶୁଣାଣି ପରେ କୋର୍ଟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିଲା ନାହିଁ । ଦଣ୍ଡ ପାଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଏବଂ ଜଣେ ଠିକାଦାର ଅଛନ୍ତି । ଉଭୟଙ୍କ ବିରୋଧରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ଆସିଛି ।  ବିଚାରପତି ଉଭୟ ଦୋଷୀଙ୍କୁ ୧୮ ବର୍ଷ ୮ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ, ପୀଡିତାଙ୍କ ପରିବାର କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ଆହୁରି ଚ୍ୟାଲେଞ୍ଜ କରାଯିବ।

୨୦୨୩ ମସିହାରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, ସାରା ଦେଶରେ କୋଠା ନିର୍ମାଣ ଉପରେ ପ୍ରଶ୍ନ ଉଠିଥିଲା ।  ବର୍ତ୍ତମାନ ତୁର୍କିରେ ୨୦୦ ଜଣ ଠିକାଦାର ଜେଲରେ ଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଦେଶରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ରହିଛି। ସେଠାକାର ସ୍ଥାନୀୟ କୋର୍ଟରେ ସେମାନଙ୍କ ସମସ୍ତଙ୍କ ବିରୋଧରେ ଏହି ମାମଲା ଚାଲିଛି।

Latest Posts

Don't Miss