spot_img

Latest Posts

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜାଗରରେ ବିଭିନ୍ନ ବିଭ୍ରାଟ ନେଇ ଭକ୍ତଙ୍କ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରରେ ଆରମ୍ଭରୁ ଦେଖାଦେଇଥିଲା ବିଭ୍ରାଟ। ସକାକୁ ସକାଳୁ ମନ୍ଦିର ଭିତରେ ପ୍ରବଳ ଭିଡ଼ ହୋଇଥିଲା। ଭକ୍ତଙ୍କ ମଧ୍ୟରେ  ଠେଲା ପେଲା ହୋଇଥିଲା। ସନ୍ଧ୍ୟାରେ ବି ପ୍ରବଳ ଭିଡ଼। ଏପରିକି ମହାପ୍ରଭୁଙ୍କୁ ଦର୍ଶନ କରିନପାରି ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ। ଦିନ ୧୧ଟାରୁ ଧାଡ଼ିରେ ରହି ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିନଥିଲେ। ସଂଧ୍ୟା ୭ଟାରେ ଦର୍ଶନ ବନ୍ଦ କରିବାରୁ ବହୁ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ସିଧା ସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। VIP ପାସ ବ୍ୟବସ୍ଥା ରେ ବଡ଼ ତ୍ରୁଟି ମଧ୍ୟ ସାମ୍ନା କୁ ଆସିଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଷରେ VIP ପାସରେ ବାରକୋର୍ଡ ସହ ଲୋଗୋ ଲାଗିଥାଏ। କିନ୍ତୁ ଚଳିତ ବର୍ଷ ସେ ବ୍ୟବସ୍ଥା ନ ଥିବାରୁ VIP ପାସ ନକଲି ହୋଇ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ପୋଲିସ ପ୍ରଶାସନ VIP ବ୍ୟବସ୍ଥା ରେ ଦର୍ଶନ ଠିକ କରିବା ନେଇ ତତ୍ପର ଥିବା ବେଳେ ସାଧାରଣ ଭକ୍ତ ଙ୍କ ଦର୍ଶନ ପାଇଁ ପୁରା ବ୍ୟବସ୍ଥା ଯେଭଳି ଓଲଟା ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି VIP ଗାଡି ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପାର୍କିଂ କରାଯାଇଥିବାରୁ ପ୍ରବଳ ଜାମ୍ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ନ କରି ପାରି ନିରାଶ ରେ ଘରକୁ ଫେରିଛନ୍ତି। ପ୍ରାୟ 40 ମିନିଟ ବିଳମ୍ବରେ ମହାଦୀପ ଉଠିବା ନେଇ ସବୁ ମହଲ ରେ ଅସନ୍ତୋଷ ଦେଖା ଦେଇଛି।

Latest Posts

Don't Miss