spot_img

Latest Posts

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମିଳୁଥିଲା ମଦ, ମାଡି ବସିଲା ଅବକାରୀ ବିଭାଗ

ଭୁବନେଶ୍ବର : ନାଁ କାର୍ତ୍ତିକ ଚନ୍ଦ୍ର ନନ୍ଦି  । ଘର ବରମୁଣ୍ଡା । ବରମୁଣ୍ଡା ପୁରୁଣା ବଜାର ନିକଟରେ ଅଭିଯୁକ୍ତ ଜଣଙ୍କର ରହିଛି ଜଳଖିଆ ଦୋକାନ। କିନ୍ତୁ ଖାଇବା ନାଁ ରେ ଏଠାରେ ଚାଲିଥିଲା ମଦ କାରବାର । ତାହା ପୁଣି କୋଲଡ଼ ଡ୍ରିଂକ୍ସ ବୋତଲ ଭିତରେ । ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ସାଲିଆସାହିରୁ ଦେଶୀ ମଦ ଆଣି କୋଲଡ଼ ଡ୍ରିଂକ୍ସ ବୋତଳରେ ଭର୍ତ୍ତି କରି ଏହାକୁ ୫୦ ଟଙ୍କାରେ ବିକ୍ରି କରାଯାଉଥିଲା।  ଆଉ କୋଡ଼ ୱାର୍ଡ ଜାଣିଥିବା ଲୋକ ଠିକ ସମୟରେ ଆସି ଶୋଷ ମେଣ୍ଟାଉଥିଲେ । ଏଭଳି ନିଆରା ଢଙ୍ଗରେ ନିଶା କାରବାର ଚାଲୁଥିବା ନେଇ ଖବର ପାଇବା ପରେ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଚଢ଼ାଉ । ଯେଉଁଥିରେ ୫ କ୍ୟାରେଟ ମଦ ଭର୍ତ୍ତି କୋଲଡ଼ ଡ୍ରିଂକ୍ସ ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି।

କିଛିଦିନ ତଳେ ସାଲିଆ ସାହିରେ ବଡ଼ ଧରଣର ରେଡ଼ କରିଥିଲା ଅବକାରୀ ବିଭାଗ। ବିପୁଳ ପରିମାଣର ଦେଶୀ ମଦ, ପୋଚ, ହାଣ୍ଡିଆ ଓ ମଦ ତିଆରିରେ ବ୍ୟବହୃତ ବାସନ ନଷ୍ଟ କରିବା ସହ ନିଶା ମାଫିଆଙ୍କୁ ଗିରଫ କରାଯାଇଥିଲା। ଆଗାମୀ ଦିନରେ ରାଜଧାନୀ  ଓ ଉପକଣ୍ଠରେ ଏହି ରେଡ଼ କୁ ବ୍ୟାପକ କରାଯିବ । ବସ୍ତି ଗୁଡିକ ଉପରେ ମଧ୍ୟ ଅବକାରୀ ବିଭାଗର ନଜର ରହିଛି।  ଏହାଛଡା ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ କୁ ଚକମା ଦେଇ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। କେବଳ କେସ ଡିଟେକ୍ସନ ନୁହେଁ, ବରଂ ଦଣ୍ଡ ବିଧାନକୁ ବ୍ୟାପକ କରାଯାଉଛି। ନିଶା ମାଫିଆଙ୍କ ସମ୍ପତ୍ତି ବ୍ୟାଜପ୍ତ ସହ ନିଶା କାରବାର ରେ ବ୍ୟବହୃତ ଗାଡିକୁ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଭାଗ।

Latest Posts

Don't Miss