spot_img

Latest Posts

ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ: ଡେଇଁ ପଡ଼ିବାରୁ କିଛି ଛାତ୍ରୀ ଆହତ ସୂଚନା

ନୋଏଡ଼ା: ଗ୍ରେଟର ନୋଏଡାରେ ଏକ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ। କୋଠାର ଉପର ମହଲାରେ ଲାଗିଥିଲା ନିଆଁ। ନିଆଁ ଲାଗିବା ପରେ ଭୟରେ ବାଲକନି ଦେଇ ଛାତରୁ ତଳକୁ ଓହ୍ଲାଇଥିଲେ ଏକାଧିକ ଛାତ୍ରୀ। ହଷ୍ଟେଲରେ ଲାଗିଥିବା ଏସିରେ ବିସ୍ଫୋରଣ ଘଟିବାରୁ ଲାଗିଥିଲା ନିଆଁ। ଜୀବନ ବଂଚାଇବାକୁ ଯାଇ ଦ୍ଵିତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ ଅନେକ ଛାତ୍ରୀ। ବାଲକନିରୁ ଡେଇଁ କିଛି ଛାତ୍ରୀ ଆହତ ହୋଇଛନ୍ତି। ହଷ୍ଟେଲ ମଧ୍ୟରେ ଥିବା ୧୬୦ ଜଣ ଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି। ଗ୍ରେଟର ନୋଏଡାର ପାର୍କ-୩ ଅଂଚଳରେ ଥିବା ଅନ୍ନପୂର୍ଣ୍ଣା ଛାତ୍ରୀ ନିବାସରେ ଲାଗିଥିଲା ନିଆଁ। ଛାତ୍ରୀମାନେ ଛାତ ଉପରକୁ ତଳକୁ ଡେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗ୍ନିକାଣ୍ଡର ଖବର ପାଇ ବିଳମ୍ବରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ। ତେବେ ହଷ୍ଟେଲକୁ ଅଗ୍ନିଶମ ବାହିନୀର ଏନଓସି ମିଳିଥିଲା କି ନାହିଁ ଜଣାପଡିନାହି। କୌଣସି ପ୍ରକାର ଅବହେଳା ସାମନାକୁ ଆସିଲେ ହଷ୍ଟେଲ ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Latest Posts

Don't Miss