କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ : କମିବ ତାପମାତ୍ରା ବଢ଼ିପାରେ ବର୍ଷା  । କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣରେ ଝଡ଼ ପବନ ନେଇ ଆଲର୍ଟ ଜାରି କରାଯାଇଛି । ଗତକାଲିଠାରୁ ପାଗ ବଦଳିଥିବାବେଳେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଫଳରେ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂହପୁର ଓ କଟକରେ ବର୍ଷା ନେଇ ଅନୁମାନ କରାଯାଉଛି । ବର୍ଷା ଯୋଗୁ ଦିନର ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି  ।