ନବୀନଙ୍କ ସଫଳତାକୁ ମାନିଛନ୍ତି ମୋହନ : ବିଜେଡି

ଭୁବନେଶ୍ବର : ନବୀନ ସରକାରଙ୍କ ସମୟରେ କ୍ରୀଡାର ବିକାଶ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳତାକୁ ରାଜ୍ୟ ବାହାରେ ମାନିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରୀଡା ବିକାଶ ଶିଖରରେ ପହଞ୍ଚିଥିଲା । ୨୦୧୯ ରୁ ୨୦୨୪ ଭିତରେ ହାଇପରଫର୍ମାନ୍ସ ସେଣ୍ଟର ହୋଇଥିଲା । ସେଥିରେ ଖୋ ଖୋ ପାଇଁ ଆର୍ସେଲର ମିତ୍ତଲ ସହ ଚୁକ୍ତି ହୋଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ବାରମ୍ବାର କହୁଛନ୍ତି ଯେ କ୍ରୀଡା ବିକାଶ ହୋଇନି । ହେଲେ ଏବେ ମୁମ୍ବାଇ ଜିଓ ସେଣ୍ଟର ଯାଇ ଏହାର ପ୍ରଶଂସା କରିଥିବାରୁ ତାଙ୍କୁ ଧନ୍ୟବାଦ । ୨୦୨୩ରେ ଏନେଇ ତତ୍କାଳୀନ କେନ୍ଦ୍ର କ୍ରୀଡାମନ୍ତ୍ରୀ ବି ସହାୟତା ଦେଇଥିଲେ । କ୍ରୀଡା କନଫରେନ୍ସରେ ବି ଓଡ଼ିଶାକୁ ଅନୁସରଣ କରିବାକୁ ସେ ସମୟର କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ।