ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣା, ପୀଡିତାଙ୍କ ପରିବାରକୁ ଭେଟିଲା ବିଜେଡି ଟିମ୍

ତାଳଚେର : ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣା। ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ କଣିହାଁ ବ୍ଲକ ଲୋଧାଝରି ଗାଁରେ ପହଞ୍ଚିଲା ବିଜେଡ଼ିର ୫ ଜଣିଆ ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।   ସ୍ନେହାଗିନି ଛୁରିଆ, ଟୁକୁନି ସାହୁ, ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ମୃତକଙ୍କ ପରିବାର ସହ ଭେଟି ସମବେଦନା ଜଣାଇଥିଲେ।  ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ଟିମ  । ରାଜ୍ୟ ସରକାର ରାଜ୍ୟରେ ନାରୀକୁ ସସକ୍ତ କରିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବଂ ନାରୀ ମାନଙ୍କ ପାଇଁ ସୁଭଦ୍ରା ଯୋଜନା କରିଥିବା କହୁଥିବା ବେଳେ ଆଜି ଲୋଧାଝରି ଗାଁ ର ସୁଭଦ୍ରା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହେଉଛନ୍ତି। କିଭଳି ପୋଲିସ ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ହଇରାଣ କରିଥିଲା ସେ ନେଇ ଆଲୋଚନା କରିଥିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ତେବେ ଯଥା ଶୀଘ୍ର ସୁଭଦ୍ରାକୁ ନ୍ୟାୟ ନମିଳିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।